
ପଟ୍ଟାମୁଣ୍ଡାଇ ତା ୮/୭-ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ନିର୍ଦେଶକ୍ରମେ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯାଇଛି । ପବିତ୍ର ରଥଯାତ୍ରା ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯିବା ସହିତ ପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇଁଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପତିତପାବନ ମନ୍ଦିର ସମ୍ମୁଖରେ ଜଳଛତ୍ର ଜରିଆରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଇଛି ।ଏଥି ସହିତ ପରିବେଶ ସୁରକ୍ଷା ବାର୍ତା ଦେବା ପାଇଁ ଭକ୍ତ ମାନଙ୍କ ମଧ୍ୟରେ ଚାରା ଗଛ ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜନଗର ବିଜେପି ନେତା ଲଳିତ ବେହେରା ସମ୍ମାନିତଅତିଥି ଭାବେ ଯୋଗ ଦେଇ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବିଶ୍ଵ ହିନ୍ଦୁ ପରିଷଦ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ସଭାପତି ଦେବାଶିଷ ପଣ୍ଡା କାର୍ଯ୍ୟକାରୀ ସଭାପତି ଅମ୍ବୁଜ ଭୂଷଣ ନାୟକ, ବିଶ୍ଵ ହିନ୍ଦୁପରିଷଦ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପାଦକ ବିରେନ୍ଦ୍ର ସାମଲ, କେନ୍ଦ୍ରାପଡ଼ା ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ସନ୍ତୋଷ ଲେଙ୍କା, ଅଜିତ୍ ମଲିକ୍, ପ୍ରଭୁଦତ୍ତ ଦାଶ, ଚନ୍ଦ୍ରଭାନୁ ମଲିକ୍, ଶୁଭକାନ୍ତ ନାୟକ, ସାନିତ୍ୟ ଓଝା, ପ୍ରଣବ ମହାନ୍ତି, ବିଶ୍ବମ୍ବର ମଲ୍ଲିକ, ପ୍ରକାଶ ମଲ୍ଲିକ, ଚିନ୍ମୟ ମଲ୍ଲିକ , ରାହୁଲ ମଲ୍ଲିକ, ଭୋଲାନାଥ ମଲ୍ଲିକ,ଗୌରବ ନନ୍ଦୀ, ସରୋଜକାନ୍ତ ସେଠୀ ପ୍ରମୁଖ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବହୁ କାର୍ଯ୍ୟକର୍ତ୍ତା ଓ ସକ୍ରିୟ ସଦସ୍ୟ ଯୋଗ ଦେଇ ଭକ୍ତମାନଙ୍କୁ ଜଳଦାନ ଓ ଚାରା ବଣ୍ଟନ କରିଥିଲେ।











