ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌ର ୫ ଗିରଫ



କେନ୍ଦ୍ରାପଡା, ୧୦/୭: କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତ କାର୍ଯ୍ୟାଳୟରୁ ଏକମାସ ପୂର୍ବରୁ ଦୁର୍ବୃତ୍ତମାନଙ୍କ ଦ୍ୱାରା ବହୁ ମୂଲ୍ୟବାନ ସାମଗ୍ରୀ ତାଲା ଭାଙ୍ଗି ଚୋରି ହୋଇଥିଲା । ଚକ୍ରୋଡା ସରପଞ୍ଚ ତନୁଜା ନାୟକ ସଦର ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଭିତ୍ତିକରି ସଦର ଥାନା ପୋଲିସ ବହୁ ସାମଗ୍ରୀ ଜବତ କରି ୫ଜଣଙ୍କୁ ଥାନାରେ ଅଟକ ରଖିଛି । ଡକାୟତମାନେ ହେଲେ ସଦରଥାନା ଅନ୍ତର୍ଗତ ନରିଲୋ ଗ୍ରାମର ନୃସିଂହ ମଳିକଙ୍କ ପୁଅ ଧନି ମଳିକ(୨୫) ଓ ଗିରିଗୋଲା ଶାସନର ବାବୁଲି ମଳିକଙ୍କ ପୁଅ ରାକେଶ କୁମାର ମଳିକ, ନେମାଳ ଥାନା ଅନ୍ତର୍ଗତ ତରତ ଗ୍ରାମର ନିରଞ୍ଜନ ରାଉତଙ୍କ ପୁଅ ସଂଗ୍ରାମ ରାଉତ(୨୪) ଓ କେରିଲୋ ଗ୍ରାମର ବିରେନ୍ଦ୍ର ସିଂଙ୍କ ପୁଅ ଅଜୟ ସିଂ(୨୦), କୁଦାନଗରୀ ଫାଣ୍ଡି ଅନ୍ତର୍ଗତ କ୍ଷୀରୋଦ ମଳିକଙ୍କ ପୁଅ ଜୟନ୍ତ ମଳିକ(୨୨)ଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ୩୦ଇଞ୍ଚର ଏଲଇଡି ଟିଭି, ଗୋଟିଏ ଏସି ଷ୍ଟାବିଲାଇଜର, ଦୁଇଟି ଇନ୍‌ଭର୍ଟର ବ୍ୟାଟେରୀ, ଗୋଟିଏ ଇନ୍‌ଭର୍ଟର, ଗୋଟିଏ ପ୍ରିଣ୍ଟର ସଦରଥାନା ପୋଲିସ ଜବତ କରିଛି । ଏଥିସହିତ ବିଭିନ୍ନ ଜିଲ୍ଲାରୁ ବହୁ ଅଞ୍ଚଳରୁ ଚୋରି କରିଥିବା ସଦରଥାନା ପକ୍ଷରୁ ସୂଚନା ଦିଆଯାଇଛି । ସେମାନେ ବିଭିନ୍ନ ଜାଗାରୁ ଚୋରି କରି ଚୋରି ସାମଗ୍ରୀଗୁଡିକ ବିଭିନ୍ନ ଜାଗାରେ ବିକ୍ରି କରିଥିବା ଏହି ଡକାୟତମାନେ ସଦରଥାନା ପୋଲିସ ପାଖରେ ମାନିଛନ୍ତି । ଏହାକୁ ଭିତ୍ତିକରି ସଦରଥାନା ପୋଲିସ ତଦନ୍ତ ଜାରି ରଖିଛି ।


Next Post

ବିଦ୍ୟାଳୟରେ ଚେତାଶୂନ୍ୟ ହୋଇଗଲେ ଛାତ୍ରୀଛାତ୍ର

Thu Jul 11 , 2024
କେନ୍ଦ୍ରାପଡ଼ା,୧୧ା୭ : କେନ୍ଦ୍ରାପଡା ସହର ନିକଟ ଭ୍ରମରଦିଆପାଟଣାର ଉଦୟନଗର ଗାଁରେ ଥିବା ଟାଇମସ୍ ଗୁରୁକୂଳ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଦ୍ୟାର୍ଥୀ ମାନେ କ୍ଲାସ କରୁଥିବା ସମୟରେ ଅସହ୍ୟ ଗୁଳୁଗୁଳି ଓ ବିଦ୍ୟୁତ ବିଭ୍ରାଟ ଯୋଗୁ  ୧୨ ଛାତ୍ରୀଛାତ୍ର ସଂଜ୍ଞାହୀନ ହୋଇ ପଡିଛନ୍ତି ।  ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ କେନ୍ଦ୍ରାପଡା ଜିଲା ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଦ୍ୟାଳୟରେ […]

KANIKA