ପୁନର୍ବାସ ପକ୍ଷରୁ ସପ୍ତାହବ୍ୟାପୀ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ



କେନ୍ଦ୍ରାପଡା, ୧୨/୭: ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନ ସମ୍ପ୍ରତି ପୃଥିବୀର ଅସ୍ତିତ୍ୱ ଓ ଭବିଷ୍ୟତକୁ ନେଇ ଏକ ସଂକଟମୟ ଦୋଛକିରେ ଠିଆ କରାଇ ଦେଇଛି । ସାରାବିଶ୍ୱ ଏବେ ଆଶଙ୍କାଗ୍ରସ୍ତ । ସବୁଜିମା ହିଁ ଏହାର ଏକମାତ୍ର ସମାଧାନର ମାର୍ଗ । ଏ ଦିଗରେ ଏକ ଅଭିନବ ସଚେତନତା ସୃଷ୍ଟି ନିମନ୍ତେ ‘ପୁନର୍ବାସ’ ପକ୍ଷରୁ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ଯେପରି ଡାକ୍ତର, ଶିକ୍ଷକ ଓ ଅନ୍ୟ ପ୍ରତିନିଧିମାନଙ୍କୁ ଉତ୍କୃଷ୍ଟ କଲମୀ ଆମ୍ବ ଓ ସପେତା ବୃକ୍ଷ ପ୍ରଭୃତି ଭେଟି ପ୍ରଦାନ କରାଯାଇଛି । ଏହାବ୍ୟତୀତ ସହରର ବଳଦେବ ହାଇସ୍କୁଲ, ତଳବାରଙ୍ଗ ସ୍କୁଲ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସତ୍ୟସାଇ ଶିକ୍ଷାକେନ୍ଦ୍ର, ମିରପାଟଣା ପ୍ରାଥମିକ ସ୍କୁଲ ପ୍ରଭୃତି ଶିକ୍ଷାନୁଷ୍ଠାନଗୁଡିକରେ ବୃକ୍ଷ ବଣ୍ଟନ ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୃକ୍ଷର ଆବଶ୍ୟକତା ଓ ଉପକାରୀତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଥିଲା । ଯାହା ପଛରେ ଉଦ୍ଦେଶ୍ୟ କ୍ରମଶଃ ଧୂସର ପାଲଟୁଥିବା ପୃଥିବୀକୁ ତା’ର ସବୁଜ ହସ ଫେରାଇବା ପାଇଁ ପ୍ରୟାସ କରିବା । ଏହି ସ୍ୱଳ୍ପ ଅବଧି ମଧ୍ୟରେ ପୁନର୍ବାସ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଦୁଇଶହ ଗୋଟି ଉତ୍‌କୃଷ୍ଟ କଲମୀ ପ୍ରଜାତିର ଆମ୍ବ ଓ ସପେତା ଗଛକୁ ସଚେତନତାର ସନ୍ଦେଶ ସ୍ୱରୂପ ପ୍ରଦାନ କରାଯାଇଛି । ଅନୁଷ୍ଠାନର ସଭ୍ୟ ନୃସିଂହ ତ୍ରିପାଠୀ, ବଂଶୀଧର ମହାନ୍ତି, ଶିବ ଚରଣ ସାମିଲ ଏବଂ ଷ୍ଟାଫ୍ ସଂଜୀବ କୁମାର ଜେନା, ଥେରାପିଷ୍ଟ ରଚିତା ଜେନା, ରଂଜନ ସ୍ୱାଇଁ, ମିହିର ରଂଜନ ବାରିକ ଓ ବିଜୟ ବିରୁହା ପ୍ରମୁଖ ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।


Next Post

ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିରରେ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ

Sat Jul 13 , 2024
କେନ୍ଦ୍ରାପଡା, ୧୩/୭: କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ବାଗ୍‌ଦେବୀ କଳା ମନ୍ଦିର” ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠାନର ସଂଯୋଜକ ସଙ୍ଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡିଶାର ସଂସ୍କୃତି […]

You May Like