ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର


କେନ୍ଦ୍ରାପଡ଼ା,୧୬।୭- ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ଉଠିଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ କୁମ୍ଭୀର ପ୍ରଜନନ ଋତୁ ଚାଲିଛି। ବଉଳା କୁମ୍ଭୀରମାନେ ଭିତରକନିକା ଅଞ୍ଚଳରେ ଚଳିତ ବର୍ଷ ୧୧୪ଟି ବସା କରିଛନ୍ତି। ବଉଳା କୁମ୍ଭୀର ଜନବସତି ମୁହାଁ ସମସ୍ତେ ଜାଣିଥିବେ। ସେମାନେ ପୁଣି ଅନେକଙ୍କୁ ଆକ୍ରମଣ କରିଥାନ୍ତେ। ଅନେକ ସମୟରେ ପୋଖରୀ, ନଦୀ ନାଳ ବା ରାସ୍ତା ଉପରେ ଦେଖିବାକୁ ମିଳିଥିଲା ।
ମାତ୍ର କୁମ୍ଭୀର ବିଦ୍ୟୁତ ଖୁଣ୍ଟ ଉପରକୁ ଚଢିବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ଏବେ ଭାଇରାଲ ହେଉଛି। ନଦୀରୁ ଉଠି ରାସ୍ତା ପାର ହୋଇ ୨୫ ଫୁଟ ଲମ୍ବ ବିଦ୍ୟୁତ ଖୁଣ୍ଟର ପୁରା ଉପରକୁ ଚଢିଯାଇଛି।


Next Post

ପତିତପାବନଜୀଉଙ୍କ ସୁନାବେଶ ଦେଖିବାକୁ ଭକ୍ତଙ୍କ ସମାବେଶ

Wed Jul 17 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୋଖରୀଆପଡା ସ୍ଥିତ ପତିତପାବନଜୀଉଙ୍କ ରଥଯାତ୍ରାର ବାହୁଡ଼ା ପର୍ବ ସୋମବାର ଶେଷ ହୋଇଥିବା ବେଳେ ବୁଧବାର ବଡ଼ ଏକାଦଶୀ ତିଥିରେ ଚତୁର୍ଦ୍ଧାମୂର୍ତି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ସଂନ୍ଧ୍ୟାଧୂପ ପରେ ସ୍ୱତନ୍ତ୍ର ନୀତି ନିର୍ଘଂଟରେ ବଡ଼ଠାକୁର ବଳଭଦ୍ର, ଜଗତରନ୍ନାଥ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସୁନାବେଶରେ ସଜାଯାଇଛି । ଚତୁର୍ଦ୍ଧାମୂର୍ତିଙ୍କ ସୁନାବେଶ ଦେଖିବା ପାଇଁ ଶହଶହ ଭକ୍ତଙ୍କ ସମାବେଶ ହୋଇଥିଲା । ଶ୍ରୀଜୀଉମାନେ ବକ୍ତାରପୁରସ୍ଥିତ […]

KANIKA