ବାହୁଡା ଯାତ୍ରାରେ ଭଜନ ଓ ନୃତ୍ୟ ସମାରୋହ


କେନ୍ଦ୍ରାପଡା, ୧୮/୭: ତୁଳସୀ କ୍ଷେତ୍ରାଧିଶ ଶ୍ରୀ ସିଦ୍ଧବଳବେଜୀଉଙ୍କ ପବିତ୍ର ବାହୁଡା ଯାତ୍ରା ସନ୍ଧ୍ୟାରେ ମନ୍ଦିର ସନ୍ନିକଟ ଦୋଳ ମଣ୍ଡପରେ ବାରୋସ୍ଥିତ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ସହାୟତାରେ ଭାବପୂର୍ଣ୍ଣ ଭକ୍ତି ସଙ୍ଗୀତ ଏବଂ ଆଧ୍ୟାତ୍ମିକ ନୃତ୍ୟ ସଫଳତାର ସହିତ ପରିବେଷିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ବାହୁଡା ଯାତ୍ରାର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଚିରସବୁଜ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଭଜନ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁଏବଂ ଏକା ତୋ ଭକତ ଜୀବନଗାଇବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରଶ୍ମୀତା ସୂତାର, ସ୍ମୃତିରେଖା ବିଶ୍ୱାଳ ଏବଂ ରାଜଲକ୍ଷ୍ମୀ ପରିଡା, ଶାସ୍ତ୍ରୀୟ ଓଡିଶୀ ଏବଂ ଶ୍ରୀ ବଳଦେବଙ୍କ ଭଜନରେ ନୃତ୍ୟ ପ୍ରସ୍ତୁତ କରି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ବିମୋହିତ କରିଥିଲେ । ଯାତ୍ରା ଜଗତର ବିଶିଷ୍ଠ କଣ୍ଠଶିଳ୍ପୀ ଉପେନ୍ଦ୍ର କୁମାର ପାଢୀ, ସୌଭାଗିନୀ ମହାପାତ୍ର, ସୁଶୀଲ୍ ସୂତାର ଏବଂ ରଞ୍ଜନ ବରାଳ ଓ ବିମଳ ପରିଡାଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଶ୍ରୀବଳଦେବଙ୍କ ଭଜନ ଗାଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଆଲୋକ କୁମାର ମହାନ୍ତି କଳାକାରମାନଙ୍କୁ ମଞ୍ଚରେ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମ ସହକାରୀ ରାଜକିଶୋର ରାଉତ ଏବଂ ଯୋଗଗୁରୁ ସଂଜୟ ମଥାନ କଳାକାରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରଥଯାତ୍ରା ଉପଲକ୍ଷେ ଭାବଗ୍ରାହୀ କଳା ନିକେତନ ମାଧ୍ୟମରେ କୋରୋ ଜଗନ୍ନାଥ ମନ୍ଦିର, କୋରୋ ମିର୍ଜାପୁର ମାଉସୀ ମା ମନ୍ଦିର ଏବଂ ଘିଗିଡିଆ ଜଗନ୍ନଥ ମନ୍ଦିରର ଭଜନ ଏବଂ ଆଧ୍ୟାମିôକ ନୃତ୍ୟ ସଫଳତାର ସହିତ ପରିବେଷଣ କରାଯାଇଥିଲା ।

 


Discover more from

Subscribe now to keep reading and get access to the full archive.

Continue reading