କ୍ରୀଡା ଶିକ୍ଷୟିତ୍ରୀଙ୍କ ବିରୋଧରେ ପରିଚାଳନା କମିଟିର ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ



କେନ୍ଦ୍ରାପଡ଼ା,୨୫ା୭: କେନ୍ଦ୍ରାପଡ଼ା ବ୍ଲକ ଜମଧର ପଞ୍ଚାୟତରେ ଥିବା ବଡ଼ଗାଁ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରୁଥିବା କ୍ରୀଡ଼ା ଶିକ୍ଷୟିତ୍ରୀଙ୍କ ମନମାନିି କାର୍ଯ୍ୟକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ମଣ୍ଡଳ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛି । ଅଭିଯୋଗରେ ଦର୍ଶାଯାଇଛି ସଂପୃକ୍ତ ଶିକ୍ଷୟିତ୍ରୀ ଠିକ ସମୟରେ ବିଦ୍ୟାଳୟକୁ ଆସୁ ନାହାଁନ୍ତି । ଅନେକଦିନ ଆଦୌ ଆସୁ ନାହାଁନ୍ତି । ଅନୁପସ୍ଥିତ ଥିବା ଦିନଗୁଡିକରେ ଉପସ୍ଥାପନା ଖାତାରେ ଯୋରଜବରଦସ୍ତ ଦସ୍ତଖତ ମାରୁଛନ୍ତି । ଏ ନେଇ ପରିଚାଳନା କମିଟି ସଦସ୍ୟମାନେ ତାଙ୍କୁ ପଚାରିଲେ ସେ ଖରାପ ଆଚରଣ ପ୍ରଦର୍ଶନ କରୁଛନ୍ତି । ନିଜ ମନମାନିରେ ସ୍କୁଲ ଆସୁଛନ୍ତି । ବିଦ୍ୟାଳୟରେ ପାଠପଢା ଚାଲିଥିବାବେଳେ ମୋବାଇଲରେ ଗପୁଛନ୍ତି । ଏହାକୁ ବିରୋଧ କରିବାରୁ କତୃପକ୍ଷଙ୍କୁ ମଧ୍ୟ ନାଲିଆଖି ଦେଖାଇବାକୁ ପଛାଉନାହାନ୍ତି ଶିକ୍ଷୟତ୍ରୀ । ଏ ସଂକ୍ରାନ୍ତରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ପାତ୍ରଙ୍କୁ ପଚାରିଲେ ସେ କହିଲେ କ୍ରୀଡା ଶିକ୍ଷୟତ୍ରୀଙ୍କ ବିରୋଧରେ ସ୍କୁଲ ପରିଚାଳନା କମିଟି କରିଥିବା ଅଭିଯୋଗର ସତ୍ୟତା ରହିଛି । ଏ ସଂକ୍ରାନ୍ତରେ ସଂପୃକ୍ତ ଶିକ୍ଷୟିତ୍ରୀ ଦେବଯାନୀ ଘଡ଼ାଇଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହା ସହ କହିଥିଲେ ଏହି ଅଭିଯୋଗ ସମ୍ମୂର୍ଣ୍ଣ ଓ ଭିତ୍ତିହୀନ । ସେ କହିଛନ୍ତି ପରିଚାଳନା କମିଟି ସଦସ୍ୟ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଏ ନେଇ ସେ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇଛନ୍ତି । ଜିଲା ଶିକ୍ଷାଧିକାରୀ ପ୍ରଦୀପ ନାଗଙ୍କୁ ପଚାରିବାରୁ ସେ କହିଲେ ଏହି ଆକ୍ଷେପ ଓ ପ୍ରତିଆକ୍ଷେପର ବିଚାର କରିବା ପାଇଁ ବିଇଓଙ୍କୁ ଦାୟିତ୍ୱ ଦେଇଛି । ସେ ଏହାର ସମାଧାନ କରିବେ ।


Next Post

ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବି ପ୍ରତି ବିପୁଳ ସମର୍ଥନ ; ବିଭିନ୍ନ ମହଲରୁ ପ୍ରତିକ୍ରିୟା

Fri Jul 26 , 2024
କେନ୍ଦ୍ରାପଡା – ପଟ୍ଟାମୁଣ୍ଡାଇ ରାଜସ୍ୱ ସବଡିଭିଜନ ପ୍ରତିଷ୍ଠା ପାଇଁ ପଟ୍ଟାମୁଣ୍ଡାଇବାସୀଙ୍କ ପକ୍ଷରୁ ଦୀର୍ଘ ୧୮ ବର୍ଷ ହେଲା ଆନ୍ଦୋଳନ, ଧାରଣା, ଅନଶନ ଜାରି ରହି ଆସିଥିବା ବେଳେ ଏବେ ଦଳମତ ନିର୍ବିଶେଷରେ ବିଭିନ୍ନ ମହଲରେ ବିପୁଳ ଜନସମର୍ଥନ ପ୍ରକାଶ ପାଇଛି । ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ୧୩ଟି ଜିଲ୍ଳାକୁ ୩୦କୁ ବୃଦ୍ଧି କରିଥିବା ବେଳେ ଉପଖଣ୍ଡ ମନ୍ୟତା ବେଳେ ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା କରାଯିବ ବୋଲି […]

KANIKA