ପୂର୍ବତନ ଓଏଲଏମ ଡିପିଏମଙ୍କକ ପ୍ରରୋଚନାରେ ଇସିମେମ୍ବରଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ


କେନ୍ଦ୍ରାପଡ଼ା, ୨୬ା୭: ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଭାବେ ଅତିରିକ୍ତ ଦାୟୀତ୍ୱରେ ଥିବା ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାସ ଚନ୍ଦ୍ର ସେନାପତିଙ୍କ ଠାରୁ ଗତକାଲି ଅତିରିକ୍ତ ଦାୟୀତ୍ୱକୁ ପ୍ରତ୍ୟାହାର କରିନିଆଯାଇଥିଲା । ସେହି ଅତିରିକ୍ତ ଦାୟୀତ୍ୱରେ କେନ୍ଦ୍ରାପଡା ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା ରହିବେ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଆଜି ସଂପୃକ୍ତ ପୂର୍ବତନ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକଙ୍କ ପ୍ରରୋଚନାରେ ଶତାଧିକ ସ୍ୱୟଂ ସହାୟିକା ଗୋଷ୍ଠିର ଇ.ସି. ମେମ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରି ଶ୍ରୀ ସେନାପତିଙ୍କୁ ପୁନର୍ବାର ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଦାୟିତ୍ୱରେ ରଖାଯିବାକୁ ଦାବି କରିଥିଲେ । ସେହି ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ସେଠାରେ ପହଞ୍ଚିବା ପରେ ଏହି ମହିଳାମାନେ ତାଙ୍କୁ କାର୍ଯ୍ୟାଳୟ ଭିତରକୁ ଯିବାକୁ ଦେଇନଥିଲେ । ପ୍ରଥମେ ସେମାନଙ୍କ ଦାବି ପୁରଣ କରିବାକୁ ଅଡି ବସିଥିଲେ । ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କୁ ବୁଝାଶୁଝା କରି ଜିଲ୍ଲାପାଳଙ୍କୁ ଏସମ୍ପର୍କରେ ଅବଗତ କରାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେବା ପରେ ମହିଳାମାନେ ସେଠାରୁ ଉଠି ଘରକୁ ଫେରିଥିଲେ । ଏପଟେ ସଂପୃକ୍ତ ଅଧିକାରୀ ଜଣଙ୍କ ପ୍ରତିକ୍ଷଣର ଖବର ଫୋନ ଯୋଗେ ବୁଝୁଥିବାର ଜଣାପଡିଛି । ଜଣେ ସରକାରୀ କର୍ମଚାରୀ ହୋଇ ଜିଲ୍ଲା ପ୍ରଶାସନ ବିରୋଧରେ ଏଭଳି କାର୍ଯ୍ୟ କରିବାକୁ ସେ ସାହାସ କିପରି କଲେ ବୋଲି ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।


Discover more from

Subscribe now to keep reading and get access to the full archive.

Continue reading