ନକଲି ଡାକ୍ତର ଗିରଫ



କେନ୍ଦ୍ରାପଡ଼ା, ୨୬ା୭- କେନ୍ଦ୍ରାପଡ଼ା ସହରରୁ ଜଣେ ନକଲି ଡାକ୍ତରଙ୍କୁ ଟାଉନ୍ ଥାନା ପୋଲିସ ଗିରଫ୍ କରିଛି । ଖବର ନେବାରୁ ଜଣାପଡିଛି ଯେ – ପୌରପରିଷଦର ୮ – ନଂ ୱାର୍ଡ ସ୍ଥିତ ଜଣେ ଯୁବକ ୨୦୧୮ ମସିହାରୁ ନିଜ ଘରେ ଏକ ପ୍ରାଇଭେଟ୍ କ୍ଲିନିକ କରି ସେଠାରେ ରକ୍ତ, ମଳ, ମୂତ୍ର ଓ ଇସିଜି ପ୍ରଭ୍ରୁତି ପରୀକ୍ଷା କରିବା ସହିତ ନିଜକୁ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ପରିଚୟ ଦେଇ ଗର୍ଭଧାରୀ ମହିଳା ମାନଙ୍କର ପରୀକ୍ଷା, ନିରୀକ୍ଷା କରିବା ସହିତ ଦୀର୍ଘ ଦିନହେବ ସେଠାରେ ଚିକିତ୍ସା କରି ଆସୁଥିଲେ । ଆଜି ହଠାତ୍ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏସଡିପିଓ ଦେବେନ୍ଦ୍ର ମଲ୍ଲିକ, ଏଡି.ଏମ.ଓ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କ ସହିତ ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ସେହି ସ୍ଥାନରେ ପହଞ୍ଚି ଅତରକିତ ଚଢାଉ କରିବାରୁ ଉକ୍ତ ନକଲି ଡାକ୍ତର କୌଣସି ସଠିକ ପ୍ରମାଣ ପତ୍ର ଦେଖାଇ ପାରିନଥିଲେ । ଯାହାଫଳରେ ଉକ୍ତ ନକଲି ଡାକ୍ତରକୁ ପୋଲିସ୍ ଗିରଫ କରି ନିଜ ହେପାଜତକୁ ନେବାପରେ ଅଧିକ ତଥ୍ୟ ପାଇବା ନିମନ୍ତେ ପଚରା, ଉଚରା ଜାରି ରଖିଥିବା ଟାଉନ୍ ଥାନା ଭାରପ୍ରାପ୍ତ ଅଧିକାରୀ ଦୀଲ୍ଲିପ ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି


Discover more from

Subscribe now to keep reading and get access to the full archive.

Continue reading