ବିଦ୍ୟୁତ୍ ଆଘାତରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ : ମରଶରୀର ଆଣିବାକୁ ନିବେଦନ କଲେ ପରିବାର ଲୋକ



କେନ୍ଦ୍ରାପଡ଼ା ସଦର, ୩୦ା୭: କେନ୍ଦ୍ରାପଡା ଗୁଲନଗର ପଞ୍ଚାୟତ ଅନ୍ତର୍ଗତ ସୁଜାନଗର ଗ୍ରାମର ବାବାଜୀ ବାରିକଙ୍କ ପୁଅ ଦୟାନିଧି ବାରିକ(୩୫)ଙ୍କର ଦିଲ୍ଲୀସ୍ଥିତ ବାସ ଭବନରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଯାଇଛି । ଶ୍ରୀ ବାରିକ ୧୨ବର୍ଷ ତଳେ ଦିଲ୍ଲୀ ଆଇଟିଆଇ ପଢିବାକୁ ଯାଇଥିଲେ । ଏହାପରେ ହରିୟାନା ଗୁଡ୍‌ଗାଓଁ ଠାରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଥିଲେ । ଆଜି ସକାଳେ ତାଙ୍କ ବାସ ଭବନରେ ଇନଭର୍ଟର ମରାମତି କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗିଥିଲା । ତାଙ୍କ ବାପା ବାବାଜୀ ବାରିକ ଗଣମାଧ୍ୟମ ଜରିଆରେରେ ତାଙ୍କ ପୁଅର ଶବ ଆଣିବା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading