ଇଣ୍ଡିଆ ବୁକ୍ ରେକର୍ଡରେ ସ୍ଥାନ ପାଇଲେ ସ୍ଵାତିସ୍ମିତା ସ୍ୱାଇଁ


କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦୋଶିଆ ୟୁଜିୟୁପି ସ୍କୁଲର ଛାତ୍ରୀ ସ୍ୱାତୀସ୍ମିତା ସ୍ୱାଇଁ ଚଳିତବର୍ଷ ନିମନ୍ତେ କ୍ରିଏଟିଭ ଆର୍ଟରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସ୍ୱାତୀସ୍ମିତ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗରା ଗ୍ରାମର ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଓ ସ୍ୱିତା ସ୍ୱାଇଁଙ୍କ ସାନ ଝିଅ ଅଟେ। ଛାତ୍ର ଅବସ୍ଥାରେ ଦୋଷିଆ ୟୁଜିୟୁପି ସ୍କୁଲରେ ପାଠ ପଢିବା ସମୟରେ ବିଭିନ୍ନ ପ୍ରତିଯୋଗିତାରେ କୁତିତ୍ୱ ହାସଲ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିଲା। ସେହି ଉତ୍ସାହ, ପ୍ରେରଣା ଆଉ ନିରବଚ୍ଛିନ୍ନ କଠିନ ପରିଶ୍ରମ ତା’କୁ ଆଜି ଏହି ସଫଳତାର ସୋପାନରେ ପହଞ୍ଚାଇ ପାରିଛି। ତା’ର ସଫଳତାର ଶ୍ରେୟ ସେ ପୂର୍ବତନ ପ୍ରଧାନଶିକ୍ଷକ ଶୁଭାପ୍ସଶୁ କୁମାର ଦାସ, ସହକାରୀ ଶିକ୍ଷକ ପ୍ରେମାନନ୍ଦ ଜୀବନ ଦାସ, ଉତ୍ସବ ଚରଣ କୁଣ୍ଡ, ସସ୍ମିତା ମଳିକ, ଜାଗର ପ୍ରସାଦ ଜେନା, ଦେବେନ୍ଦ୍ର ସ୍ୱାଇଁ,ଅଜୟ ଜେନା,ଭରତ ଚନ୍ଦ୍ର ସାହୁ, କେନ୍ଦ୍ରାପଡା ଆଇ.ପି.ଏ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀକାନ୍ତ ରାଉତ, ଜେଜେ ଗୁରୁଚରଣ ସ୍ୱାଇଁ, ବଡବାପା ଜଗନ୍ନାଥ ସ୍ୱାଇଁ ବଡମା ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ ବଡ଼ଭଉଣୀ ଶର୍ମିଷ୍ଠା ସ୍ୱାଇଁ ଓ ଭାଇ କଳାକାହ୍ନୁ ସ୍ୱାଇଁ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପିତା ମାତା ଓ ଗୁରୁଜନମାନଙ୍କୁ ପ୍ରଦାନ କରିଛନ୍ତି।


Next Post

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଚାଲିଛି ପାଇପ୍ ବିଛା , ରାସ୍ତା କ୍ଷତିଗ୍ରସ୍ତ

Sat Aug 10 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଘରେ ଘରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇବା ଲାଗି ରାଜ୍ୟ ସରକାର ସଂସାରଫଳ ଠାରେ ୪୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ ବିଛା କାର୍ଯ୍ୟ କାରାଯାଉଥିବାରୁ ବ୍ୟାପକ ରାସ୍ତା ନଷ୍ଟ ହେଉଛି। ବହୁ ପରିମାଣରେ ବିଭିନ୍ନ କିସମର ଛୋଟବଡ ଗଛ କଟାଯାଉଥିବା ବେଳେ ରାସ୍ତା ପାର୍ଶ୍ୱରୁ ଜେସିବି ଲଗାଇ ମାଟି ଖୋଳି ପାଇପ୍ […]

KANIKA