ସଦର ଥାନାରେ ଦୁଇ ବାଂଗଲାଦେଶୀ ଅଟକ



କେନ୍ଦ୍ରାପଡା,୧୦ା୮ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଉଦୟନଗର ଗ୍ରାମରେ ସନ୍ଦେହଜନକ ଭାବରେ ବୁଲି ଫେରିବାଲା ବ୍ୟବସାୟ କରୁଥିବା ଦୁଇ ବାଂଗଲାଦେଶୀଙ୍କୁ ଗ୍ରାମବାସୀମାନେ ଅଟକାଇ ସଦର ଥାନାକୁ ଖବର ଦେଇଥିଲେ। ସେମାନଙ୍କ ଆଧାରକାର୍ଡ ଓ ଭୋଟର ପରିଚୟପତ୍ର ନକଲି ଥିବା ନେଇ ସନ୍ଦେହ କରି ଗ୍ରାମବାସୀମାନେ ପୋଲିସକୁ ଜଣାଇଥିଲେ। ଏହି ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ ପୋଲିସ ଫୋର୍ସ ସହିତ ପହଞ୍ଚିଥିଲେ। ଉଭୟ ସନ୍ଦିଗ୍ଧ ବାଂଗଲାଦେଶୀ ବ୍ୟବସାୟୀଙ୍କୁ କାବୁ କରିନେଇ ପୋଲିସ ଥାନାକୁ ନେଇ ଯାଇଥିଲେ। ଉଭୟଙ୍କୁ ସଦର ଥାନାରେ ପୋଲିସ ଅଟକ ରଖିଛି। ଏସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରେ ସେ କୁହନ୍ତି ଯେ ସେମାନଙ୍କ ଆଧାରକାର୍ଡ ଓ ଭୋଟ ପରିଚୟପତ୍ର ଯାଞ୍ଚ କରାଯାଉଛି। ସେହି ଅନୁଯାୟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Discover more from

Subscribe now to keep reading and get access to the full archive.

Continue reading