ସଦର ଥାନାରେ ଦୁଇ ବାଂଗଲାଦେଶୀ ଅଟକ



କେନ୍ଦ୍ରାପଡା,୧୦ା୮ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଉଦୟନଗର ଗ୍ରାମରେ ସନ୍ଦେହଜନକ ଭାବରେ ବୁଲି ଫେରିବାଲା ବ୍ୟବସାୟ କରୁଥିବା ଦୁଇ ବାଂଗଲାଦେଶୀଙ୍କୁ ଗ୍ରାମବାସୀମାନେ ଅଟକାଇ ସଦର ଥାନାକୁ ଖବର ଦେଇଥିଲେ। ସେମାନଙ୍କ ଆଧାରକାର୍ଡ ଓ ଭୋଟର ପରିଚୟପତ୍ର ନକଲି ଥିବା ନେଇ ସନ୍ଦେହ କରି ଗ୍ରାମବାସୀମାନେ ପୋଲିସକୁ ଜଣାଇଥିଲେ। ଏହି ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ ପୋଲିସ ଫୋର୍ସ ସହିତ ପହଞ୍ଚିଥିଲେ। ଉଭୟ ସନ୍ଦିଗ୍ଧ ବାଂଗଲାଦେଶୀ ବ୍ୟବସାୟୀଙ୍କୁ କାବୁ କରିନେଇ ପୋଲିସ ଥାନାକୁ ନେଇ ଯାଇଥିଲେ। ଉଭୟଙ୍କୁ ସଦର ଥାନାରେ ପୋଲିସ ଅଟକ ରଖିଛି। ଏସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରେ ସେ କୁହନ୍ତି ଯେ ସେମାନଙ୍କ ଆଧାରକାର୍ଡ ଓ ଭୋଟ ପରିଚୟପତ୍ର ଯାଞ୍ଚ କରାଯାଉଛି। ସେହି ଅନୁଯାୟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Next Post

ଋଣ ବୋଝ ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା

Sat Aug 10 , 2024
କେନ୍ଦ୍ରାପଡା,୯ା୮ :କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର କହ୍ନେଇପୁର ଗ୍ରାମର ଜନୈକ ଚାଷୀ ଋଣ ବୋଝ ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ମହେନ୍ଦ୍ର ପ୍ରଧାନ(୫୦)। ମହେନ୍ଦ୍ର ଗୋଟିଏ ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ ମହେନ୍ଦ୍ର ସକାଳ ୯ଟାରେ ଘରୁ ବିଲକୁ […]

KANIKA