କେନ୍ଦ୍ରାପଡା,୧୧/୮:ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ତିନିମୁହାଣୀସ୍ଥିତ ଶ୍ରୀରାମ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆରେ ଅନୁବାଦ ହୋଇଥିବା ବଙ୍ଗଳା ଲେଖିକା ମାନସୀ ସିହ୍ନା ରାଓଲଙ୍କ ରଚିତ ଇଂରାଜୀ ପୁସ୍ତକ “ସାଫ୍ରନ୍ ସୋର୍ଡସ୍’ ସମ୍ପର୍କରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ଏହି ନିଆରା ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅନୁବାଦିକା ନବଜ୍ୟୋତି ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସେ ଏହା ମଧ୍ୟ କହିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସକୁ ସଙ୍କୁଚିତ କରିଦେବା ପାଇଁ ନାନା ଉଦ୍ୟମ ହେବା ସତ୍ତ୍ୱେ “ସାଫ୍ରନ୍ ସୋର୍ଡସ୍’ ପରି ପୁସ୍ତକ ସ୍ୱାଧୀନତା ସଂଗ୍ରାମର ପୂର୍ଣ୍ଣ ସତ୍ୟକୁ ଉନ୍ମୋଚନ କରିବାରେ ସଫଳ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କଥାକାର ପ୍ରଦୀପ ନାୟକ “ସାଫ୍ରନ୍ ସୋର୍ଡସ୍’ ପୁସ୍ତକ ସ୍ରଷ୍ଟାଙ୍କର ଏକ କାଳଜୟୀ କୃତି ବୋଲି ମତବ୍ୟକ୍ତ କରିଥିଲେ । ଏହି ପୁସ୍ତକରେ ବିଗତ ୧୩ଶହ ବର୍ଷର ସ୍ୱାଧୀନତା ସଂଗ୍ରାମର ଲହୁ ଲୁହର ଇତିହାସ ଉଲ୍ଲେଖ କରାଯାଇଛି । ଭାରତ ସ୍ୱାଧୀନତା ସଂଗ୍ରାମର ଅନେକ ଅକୁହା କଥା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି ବୋଲି ମୁଖ୍ୟବକ୍ତା ପ୍ରଦୀପ କୁମାର ନାୟକ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ “ସାଫ୍ରନ୍ ସୋର୍ଡସ୍’ର ଓଡ଼ିଆ ଅନୁବାଦକ ଅନ୍ତର୍ଯାମୀ ମହାରଣା ଅନୁବାଦ ବେଳରେ ଅନୁଭବ ବଖାଣିବା ସହିତ ଏହି ପୁସ୍ତକ ପ୍ରତିଟି ଭାରତୀୟ ପାଇଁ ଏକ ଅମୂଲ୍ୟ ଗ୍ରନ୍ଥ ବୋଲି କହିଥିଲେ । କେବଳ ଇତିହାସର ଛାତ୍ର ନୁହଁ ବରଂ ପ୍ରତିଟି ଭାରତୀୟ ଏହି ପୁସ୍ତକ ପାଠ କରିବା ଉଚିତ୍ । ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଳୟ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିରେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ । ରଶ୍ମିରଞ୍ଜନ ସ୍ୱାଇଁ, ଜ୍ଞାନରଞ୍ଜନ ଦାସ, ପଙ୍କଜ ସିହ୍ନା, ଗୌତମ ସାହୁ, ସୁଶାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଯୁବ ଅନୁବାଦକ ଅନ୍ତର୍ଯାମୀ ମହାରଣାଙ୍କୁ ତାଙ୍କ ସାହିତ୍ୟ କୃତି ପାଇଁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ଜୟ ରାଷ୍ଟ୍ର ପକ୍ଷରୁ ପ୍ରତି ମାସରେ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।
kanikanews.in
Next Post
ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ଜିଲ୍ଲା କମିଟି ବୈଠକ : ତୁରନ୍ତ ମାସିକ ପାରିଶ୍ରମିକ ୨ହଜାର ଟଙ୍କା ବୃଦ୍ଧି ଓ ପେନସନ ପାଇଁ ନୂତନ ସରକାରଙ୍କ ନିକଟରେ ଦାବୀ
Sun Aug 11 , 2024
କେନ୍ଦ୍ରାପଡା,୧୧ା୮ : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଗୋପ ଠାରେ ସାଥି ସୋହାନା ବେଗମଙ୍କ ସଭାପତିତ୍ୱରେ ସଙ୍ଘର ଜିଲ୍ଲା ସାଧାରଣ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଙ୍ଘର ରାଜ୍ୟ ଉପସଭାପତି ସାଥି ରାଜକିଶୋର ସାମଲ, ରାଜ୍ୟ କୋଷାଧ୍ୟକ୍ଷ ସାଥି କାଂଚନବାଳା ରାଉତ, ଏଆଇଟିୟୁସି ରାଜ୍ୟ ନେତା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ପାଚିକା ମାନେ […]

You May Like
- 11 months ago
ଶିକ୍ଷକ ଉମାକାନ୍ତ କରଙ୍କୁ ଶିକ୍ଷା ଉତ୍କର୍ଷ ସମ୍ମାନ-୨୦୨୪
- 7 months ago
ସରକାରୀ ଅଙ୍କୁଶ ନାହିଁ ଗଢ଼ିଉଠୁଛି କୋଚିଂ ସେଂଟର