କିଡନୀ ପିଡିତଙ୍କୁ ବାଞ୍ଛାନିଧି ଦାସ, ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା


କେନ୍ଦ୍ରାପଡା,୧୨ା୮ : ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାଞ୍ଛାନିଧି ଦାସ, ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମପଞ୍ଚାୟତର ଅଢାଖଣ୍ଡ ମଠସାହି ଗ୍ରାମର କିଡନୀ ପିଡିତ କୃତିବାସ ସାହଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ତାଙ୍କୁ ସହାୟତା ପ୍ରଦାନ କରିବାକୁ ଟ୍ରଷ୍ଟର ସଂଯୋଜକଙ୍କୁ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି କୃତିବାସଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ସହାୟତା ପ୍ରଦାନ ସମୟରେ ସମାଜସେବୀ ରମାକାନ୍ତ ଦାସ ଓ ନଳିନୀ ବିହାରୀ ମହାନ୍ତି ଉପସ୍ଥିତ ଥିଲେ।


Next Post

ଶାନ୍ତି ଅହିଂସା ମାନବ ଧର୍ମ :ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ(ଶ୍ରୀମା)

Tue Aug 13 , 2024
  କେନ୍ଦ୍ରାପଡ଼ା,୧୨ା୮: ଆଜିକାଲି ସାରା ବିଶ୍ୱରେ ମାନବାଧିକାର ଲୋପ ପାଇବାକୁ ଲାଗିଲାଣି। ହିଂସା ଦ୍ୱେଷର ଲେଲିହାନ ଶିଖାରେ ବିଶ୍ୱର ଅନେକ ରାଷ୍ଟ୍ର ଆଜି ଜର୍ଜରିତ। ଋଷ୍ ଓ ୟୁକ୍ରେନ ଏବଂ ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହଜାର ହଜାର ନିରୀହ ନାଗରିକ ମୃତ୍ୟୁ ବରଣ କଲେଣି। ଅନେକ ବାସହରା ହୋଇ ଶରଣାର୍ଥୀ ଭାବରେ ଜୀବନ କାଟୁଛନ୍ତି। ଦେଶରୁ ସ୍ଥାନ ସଂରକ୍ଷଣ ହଟାଇବା ଆନ୍ଦୋଳନରେ ବାଙ୍ଗଲାଦେଶରେ ନିର୍ବାଚିତ ସରକାରର […]

KANIKA