![]()
କେନ୍ଦ୍ରାପଡ଼ା, ୧୪ା୮: ବିଜେପି ଶାସନରେ ଦିନକୁ ଦିନ ନୃଶଂସ ଓ ଅମାନବୀୟ ଘଟଣାର ଆଉ ଏକ ନମୂନା,ଏସ୍ ସି ବି ମେଡିକାଲରେ ରୋଗୀଙ୍କୁ ବଳାତ୍କାର ଘଟଣାକୁ ଅଖିଳ ଭାରତ ମହିଳା ସାଂସ୍କୃତିକ ସଂଗଠନ(ଏଆଇଏମଏସଏସ)ର ଦୃଢ଼ ନିନ୍ଦା କରିଛି । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲ ରେ ଘଟିଥିବା ଦୁଷ୍କର୍ମ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ଘଟଣା ଲୋକ ଲୋଚନକୁ ଆସିଛି। ରୋଗୀ ସେବା ସମୟରେ ହୃଦରୋଗ ବିଭାଗର ଡ଼ାକ୍ତର ମହିଳା ରୋଗୀଙ୍କୁ ବଳାତ୍କାର କରିଛନ୍ତି। ଏହା ପ୍ରମାଣ ହେବା ପରେ ମଧ୍ୟ ଦୋଷୀ ଙ୍କୁ ଘଣ୍ଟଘୋଡାଇବାର ଯୋଜନା ଚାଲିଛି। ଏହି ଅସାମାଜିକ ଘଟଣାକୁ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ଓଡ଼ିଶା ରାଜ୍ୟକମିଟି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। କଲିକତାର ଆର ଜି କର ମେଡିକାଲ କଲେଜର ଛାତ୍ରୀଙ୍କୁ ଅତ୍ୟନ୍ତ ଜଘନ୍ୟ ଭାବେ ଦୁଷ୍କର୍ମ ଓ ହତ୍ୟା ଘଟଣାର କେତୋଟି ଦିନ ମଧ୍ୟରେ ପୁଣି ସାରା ଭାରତର ପ୍ରସିଦ୍ଧମେଡିକାଲ କଲେଜ ( ଏସ୍ ସି ବି) ଡାକ୍ତରଙ୍କର ଜଘନ୍ୟ ଦୁଷ୍କର୍ମ ଘଟଣା ମହିଳା ମାନଙ୍କ ଜୀବନ ବିପଦାପନ୍ନ ଓ ଅସମ୍ମାନଜନକ ହୋଇଯାଉଛି। ତେଣୁ ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୋଷୀକୁ ଦୃଷ୍ଟାନ୍ତ ମୂଳକ ଶାସ୍ତ୍ରୀ ବିଧାନ କରାଯାଉ ବୋଲି ସଂଗଠନ ଦାବି କରିଛି। ଡାକ୍ତରଖାନାର ସମସ୍ତ ମହିଳା ରୋଗୀ, ଡ଼ାକ୍ତର ଓ ନର୍ସମାନଙ୍କୁ ନିରାପତ୍ତା ଯୋଗାଇଦେବାକୁ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି ବୋଲି ସଂଗଠନ ପକ୍ଷରୁ ସମ୍ପାଦିକା ହିରାମଣୀ ରାଉତ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।











