ନଦୀକୁ ଡେଇଁ ଯୁବକ ନିଖୋଜ


କେନ୍ଦ୍ରାପଡା୧୭।୮ – କେନ୍ଦ୍ରାପଡା ଜିଲା ଡେରାବିଶ ବସପୁର ନିକଟ ଲୁଣା ନଦୀକୁ ଶନିବାର ମଧ୍ୟାହ୍ନରେ ସମ୍ବିତ ସ୍ବାଇଁ(୩୮) ନାମକ ଜଣେ ଯୁବକ ଡେଇଁପଡ଼ି ନିଖୋଜ ହୋଇଯାଇଛନ୍ତି। ତାଙ୍କ ଘର କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରିଲେ ଗ୍ରାମ ସୁରେଶ ଚନ୍ଦ୍ର ସ୍ବାଇଁଙ୍କ ପୁଅ ବୋଲି ଜଣାପଡିଛି। ଅଗ୍ନିଶମ ବାହିନୀ କର୍ମଚାରୀ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିବା ବେଳେ ଏପର୍ଯ୍ୟନ୍ତ ସନ୍ଧାନ ମିଳିନାହିଁ

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ସମ୍ବିତ ଜଣେ ବେକାରୀ ହୋଇଥିବା ବେଳେ ଘରେ ଅସାନ୍ତି ଲାଗିରହୁଥିଲା ।ଆଜି ମଧ୍ୟାହ୍ନରେ ସେ ବସପୁର ପୋଲରେ କିଛି ସମୟ ବସିବା ପରେ ନିଜର ସାର୍ଟ, ପ୍ୟାଣ୍ଟ, ଜୋତା ଓ ମୋବାଇଲ ପୋଲରେ ରଖି ନଦୀକୁ ଡେଇଁ ପଡ଼ିଥିଲେ। ସେ ବାଟଦେଇ ଯାଉଥିବା ପଥଚାରି ଏହା ଦେଖି ଚିତ୍କାର କରିଥିଲେ। ତାଙ୍କୁ ଉଦ୍ଧାର କରିବାକୁ କେତେଜଣ  ଘରୋଇ ଡଙ୍ଗା ସହାୟତାରେ ଖୋଜାଖୋଜି କରିଥିଲେ। ମାତ୍ର ନଦୀରେ ଆକାତକାତ ପାଣି ଥିବାରୁ ଉଦ୍ଧାର କରିବା ସମ୍ଭବ ହେଉନଥିଲା । ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଖବର ଲେଖା ହେବା ସୁଦ୍ଧା ନିଖୋଜ ସମ୍ବିତଙ୍କ ସନ୍ଧାନ ମିଳି ନ ଥିବା ଜଣାପଡ଼ିଛି


Next Post

କୋଲକତାରେ ଡାକ୍ତରାଣୀଙ୍କୁ ବଳତ୍କାର ପରେ ହତ୍ୟା ଘଟଣା , କେନ୍ଦ୍ରାପଡ଼ାରେ କଳାବ୍ୟାଜ ପିନ୍ଧି ପ୍ରତିବାଦ

Sat Aug 17 , 2024
କେନ୍ଦ୍ରାପଡ଼ା,୧୭ା୮:କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣା ଏବେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଡାକ୍ତରଙ୍କ ସୁରକ୍ଷା ନେଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ଚିନ୍ତା ପ୍ରକଟ କରିଛନ୍ତି। ଜିଲାର ଡାକ୍ତରମାନେ କଳାବ୍ୟାଜ ପରିଧାନ କରି ସମଗ୍ର ଦେଶରେ ଚାଲିଥିବା ହରତାଳକୁ ସମର୍ଥନ କରିଛନ୍ତି। ଡାକ୍ତରମାନେ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରିଥିଲେ। […]

KANIKA