ଚିକିତ୍ସାରେ ଅର୍ଥ ବାଧକ, ସହାୟତା ଲୋଡ଼ିଲେ କର୍କଟ ଆକ୍ରାନ୍ତ



କେନ୍ଦ୍ରାପଡା – ଜୀବନରେ ଦୁଃଖ କେତେବେଳେ ଆସେ କାହାକୁ ବି ଜଣାନଥାଏ । ଆଉ ଚିକିତ୍ସାରେ ଯେବେ ଅର୍ଥ ବାଧକ ସାଜେ ସେତେବେଳେ ଦୁଃଖ ଆହୁରି ବଢିଯାଏ । ଆଜକୁ ପାଖାପାଖି ୨ ବର୍ଷ ହେବ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ପିଡିତା। ଆଗକୁ ଚିକିତ୍ସା ହେବା ପାଇଁ ଆଉ ସାମର୍ଥ୍ୟ ନାହିଁ । ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଯନ୍ତ୍ରଣା ଭୋଗୁଛନ୍ତି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗ୍ରାମର ବାସିନ୍ଦା ସରସ୍ୱତୀ ବାୟୀ । ତେବେ ସରସ୍ୱତୀ ନିଜର ଅଧିକା ଚିକିତ୍ସା କରାଇବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।


ଗୋପ୍ତିରା ଗ୍ରାମର ସରସ୍ୱତୀ ବାୟୀ ଭଙ୍ଗାଦଦରା ଚାଳ ଛପର ଘରେ ସ୍ୱାମୀ ନରେଶ ଓ ଦୁଇ ଝିଅପୁଅଙ୍କୁ ନେଇ ପରିବାର ଖୁଶିରେ ଚଳୁଥିଲା । ସ୍ୱାମୀ ନରେଶ ବାୟୀ ବାହାର ରାଜ୍ୟରେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ଝିଅ ବାହାଘର ପରେ ସ୍ୱାମୀ ଦହିବରା ବ୍ୟବସାୟ କରି ଯାହା ରୋଜଗାର ହୁଏ ସେଥିରେ ହସ ଖୁସିର ସଂସାର ଚଳିଯାଉଥିଲା । ପୁଅ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ଆଉ ଫେରୁନାହାଁନ୍ତି । ହେଲେ ବର୍ଷକ ତଳେ ହଠାତ ସରସ୍ୱତୀ ଅସୁସ୍ଥ ହୋଇପଡିଥିଲେ । ପ୍ରଥମେ ଝାଡ଼ା ଜ୍ୱର ସହ ବେକଫୁଲି ଅଣନିଶ୍ୱାସୀ ଅନୁଭବ କରିବାରୁ ସ୍ଥାନୀୟ ଡାକ୍ତରଖାନାରେ ଯାଂଚ କରାଇଥିଲେ । ଯାଂଚ ପରେ ମଧ୍ୟ ଡାକ୍ତର ରୋଗ ଧରି ପାରିନଥିଲେ । ତେଣୁ ଅଧିକ ଚିକିତ୍ସା ପାଇଁ କେନ୍ଦ୍ରାପଡା ଏବଂ ପରେ କଟକ ସ୍ଥିତ ବଡ଼ ଡ଼ାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇ ଥିଲେ । ସେଠାରେ ଯାଂଚ ରିପୋର୍ଟରେ ସରସ୍ୱତୀଙ୍କ ରକ୍ତ କର୍କଟ ହୋଇଯାଇଥିବା ନେଇ ଡାକ୍ତର କହିଥିଲେ । ଏହି ରୋଗର ଚିକିତ୍ସା ବ୍ୟୟ ବହୁଳ ହୋଇଥିବା ବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଏବେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ପତ୍ନୀ ସରସ୍ୱତୀ ବେମାର ହେବା ପରେ ସ୍ୱାମୀ ନରେଶ ସ୍ତ୍ରୀର ସେବା ଓ ଘର କାମରେ ବ୍ୟସ୍ତ ରହୁଥିବା ବେଳେ ବ୍ୟବସାୟ କରିବା ସମ୍ଭବ ହେଉନାହିଁ । ସ୍ତ୍ରୀର ସ୍ୱାସ୍ଥ୍ୟ ବି ଦିନକୁ ଦିନ ବିଗିଡିବାକୁ ଲାଗିଛି । ଯାହା କିଛି ଆଖପାଖରେ ବ୍ୟବସାୟ କରି ଆଣୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ପ୍ରତି ସପ୍ତାହରେ ରୋଗ ଯାଂଚ କରିବାକୁ ପଡେ। ଚିକିତ୍ସା ବାବଦରେ ବର୍ତମାନ ସୁଦ୍ଦା ଅନେକ ପଇସା ଖର୍ଚ୍ଚ ହୋଇଗଲାଣି । ବିଜୁ ସ୍ୱସ୍ଥ୍ୟକାର୍ଡରେ ଚିକିତ୍ସା ଚାଲିଥିଲା । ଦାମୀ ଔଷଧ, ରକ୍ତ ଏବଂ ଯିବା ଆସିବା ଭଳି ଆନୁସଙ୍ଗିକ ଖର୍ଚ୍ଚ ବାବଦରେ ପ୍ରତି ସପ୍ତାହ ହଜାର ହଜାର ଟଙ୍କା ବ୍ୟୟ ହେଉଥିବା ବେଳେ ଏବେ ସୁଦ୍ଧା ବହୁ ଖର୍ଚ୍ଚ ହେଲାଣି । ଶୁଣା ଯାଉଛି ପୁଅ ସୌମ୍ୟ ରଞନ (୨୬) ବାହାର ରାଜ୍ୟରେ ବିଭାହୋଇ ରହୁଛନ୍ତି । ସେ ଆଉ ଘରକୁ ଫେରୁନାହାଁନ୍ତି । ଗୋଟିଏ ପଟେ ସ୍ୱଳ୍ପ ପଇସାରେ ପରିବାର ବୋଝ ସ୍ୱାମୀ ନରେଶଙ୍କ ଆର୍ôଥକ ମେରୁଦଣ୍ଡକୁ ଭାଙ୍ଗି ଦେଲାଣି । ଯଦି କିଛିଟା ସରକାରୀ ସହାୟତା ସହ କେହି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇବେ ତେବେ ସରସ୍ୱତୀ ବଂଚିଯାଇ ପାରିବେ ବୋଲି ସ୍ୱାମୀ ନରେଶ କହିଛନ୍ତି। ତାହା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ସାମାଜିକକର୍ମୀ ସ୍ୱାଗତ ଦାଶ, ଭାସ୍କର ରାଉତ ରାୟ, ଅଲେଖ ସ୍ୱାଇଁ,କୃତିବାସ ପ୍ରଧାନ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ।
ଫୋନ ନମ୍ବର – ୭୭୫୧୮୩୬୯୨୬ / ଆକାଉଂଟ ନମ୍ବର – ୩୪୯୯୦୪୩୩୭୯୪ /ଆଇଏଫଏସସି ନମ୍ବର – ଏସବିଆଇଏନ ୦୦୧୨୦୫୯


Discover more from

Subscribe now to keep reading and get access to the full archive.

Continue reading