ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ୩ ବଖରା ଚାଳଘର



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ବଡପାଳ ଆରଆଇ ସର୍କଲ ଅଧିନ ଓଉପଦା ପଂଚାୟତ କଜଳବନ୍ଧ ଗାଁର ସୁଶାନ୍ତ କୁଣ୍ଡଙ୍କ ଘରେ ସୋମବାର ସଂନ୍ଧ୍ୟା ୭ଟାରେ ଅଗ୍ନିକାଣ୍ଡ ଘଟି ୩ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ରୋଷେଗ୍ୟାସରୁ ନିଆଁ ଲାଗିବାରୁ ପରିବାର ଲୋକେ ଦେଖି ଘରୁ ପଦାକୁ ଆସି ଗାଁ ଲୋକଙ୍କୁ ଡାକ ପକାଇଥିଲେ । ସାହିପଡ଼ିଶା ପହଁଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ ପଟ୍ଟାମୁଣ୍ଡାଇ ଦମକଳ ବାହିନୀ ପହଁଚିବା ବେଳକୁ ସଂପୂର୍ଣ୍ଣ ଘର ନିଆଁ ଆଁକୁ ଚାଲିଯାଇଥିଲା। ଏଥିରେ ଘରେ ଥିବା ସମସ୍ତ ଆସବାବପତ୍ର ସମେତ ଧାନ, ଚାଉଳ, ପିନ୍ଧାଲୁଗା ସମେତ ଘରେ ଥିବା ୪୫ ହଜାରଟଙ୍କା ପୋଡି ଯାଇଛି ବୋଲି କୁହାଯାଇଛି । ନିଆଁର ପ୍ରଖରତା ଏପରି ଥିଲା ଯେ, ଘରୁ କୌଣସି ଜିନିଷ ବାହାର କରିବା ସମ୍ଭବ ହୋଇ ନଥିଲା।


Next Post

ବଜ୍ରପାତରେ ମୃତ ପରିବାରକୁ ଭେଟିଲେ ସହାୟତା କଲେ ବିଧାୟକ

Mon Aug 19 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଗତକାଲି ବ୍ରଜପାତରେ ମୃତ୍ୟୁବରଣ କରିଥିବା ଚାଷୀ ବିଜୟ ମଳିକଙ୍କ ପରିବାରକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବିଧାୟକଙ୍କ ସହିତ ପୂର୍ବତନ ସରପଞ୍ଚ ପ୍ରଭାତ ପ୍ରଧାନ, ଶ୍ୟାମସୁନ୍ଦରପୁର ସମବାୟ ସମିତି ସଭାପତି ସୁଦାମ ରାଉତ, ପ୍ରାକ୍ତନ ସଭାପତି ଗୌରାଙ୍ଗ ସ୍ଵାଇଁ ଧ୍ରୁବ ଅନ୍ନପୂର୍ଣ୍ଣା ସେବା […]

You May Like