ପଟ୍ଟାମୁଣ୍ଡାଇରେ ଭାରତ ବନ୍ଦର ଆଂଶିକ ପ୍ରଭାବ



ପଟ୍ଟାମୁଣ୍ଡାଇ ୨୧/୮ -ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ଜନଜାତି(ଏସ୍‌ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବୁଧବାର (ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ) ୧୨ ଘଂଟିଆ ଭାରତ ବନ୍ଦ ଡାକରା ପଟ୍ଟାମୁଣ୍ଡାଇ ଅଂଚଳରେ ଆଂଶିକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ସହରରେ ଦୋକାନ ବଜାର ଖୋଲା ରହିଥିବାବେଳେ କୋର୍ଟ, କଚେରୀ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦି ଖୋଲା ରହିବା ସହ ଅନ୍ୟ କୌଣସି ସ୍ଥାନରେ ବନ୍ଦର ସେଭଳି ପ୍ରଭାବ ଦେଖିବାକୁ ମିଳିନାହିଁ। ବନ୍ଦ ଡାକରା ଯୋଗୁଁ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ଥିଲା । ଯାତ୍ରୀ ମାନେ ସକାଳୁ ସକାଳୁ ପ୍ରଭାବିତ ହୋଇଥିଲେ । ମଧ୍ୟାହ୍ନ ସୁଦ୍ଧା ବସ ଚଳାଚଳ ସ୍ୱାଭାବିକ ରହିଥିବାରୁ ଯାତ୍ରୀ ସେବା ବିଶେଷ ପ୍ରଭାବିତ ହୋଇନାହିଁ। କଂଗ୍ରେସ ଅନୁସୂଚିତ ଜାତି ସେଲ ସଭାପତି ସର୍ବେଶ୍ୱର ସେଠୀଙ୍କ ନେତୃତ୍ୱରେ ଦିଲ୍ଲିପ ସେଠୀ, ଅମୁଲ୍ୟ ମଲିକ, ପ୍ରଭାତ ସେଠୀ, ଅର୍ଜୁନ ସେଠୀ, ନକୁଳ ଦାସ, ଗୌରାଙ୍ଗ ମଲିକ, ରମାକାନ୍ତ ଜେନା, ନିରଞନ ମଲିକ, ଅତନୁ ମଲିକ, ଗୋବିନ୍ଦ ସେଠୀ ସମେତ ଅନ୍ୟ ନେତା ଓ କର୍ମୀ ସକାଳୁ ସହରରେ ପିକେଟିଂ କରିଥିଲେ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆସିଥିବା ରାୟକୁ ବିରୋଧ କରି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅସାମ୍ବିଧାନିକ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସମ୍ବିଧାନର ଧାରା-୩୪୧ ଅନୁସୂଚିତ ଜାତି ଏବଂ ଧାରା-୩୪୨ ଅନୁସୂଚିତ ଜନଜାତିକୁ ବିରୁଦ୍ଧାଚରଣ କରୁଛି ବୋଲି ଅନୁସୂଚିତ ଜାତି ସେଲ ସଭାପତ ସେଠୀ ଅଭିଯୋଗ କରିଛନ୍ତିି।


Next Post

ସୁପ୍ରିମ କୋର୍ଟଙ୍କ ବର୍ଗୀକରଣ ରାୟ ପ୍ରତିବାଦରେ ଓ ସଂରକ୍ଷଣ ଦାବିରେ ଭାରତ ବନ୍ଦ

Wed Aug 21 , 2024
କେନ୍ଦ୍ରାପଡା, ୨୦ା୮: ଅନୁସୂଚିତ ଜାତି ଓ ଜନଜାତିଙ୍କ ମୌଳିକ ଅଧିକାର ସଂରକ୍ଷଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ସୁପ୍ରିମ୍‌କୋର୍ଟଙ୍କ ବହୁଜନ ବର୍ଗୀକରଣ ରାୟ ପ୍ରତିବାଦରେ ଦେଶବ୍ୟାପୀ ଭାରତ ବନ୍ଦ କରାଯାଇଛି । ଏହାକୁ ସମର୍ଥନ ଜଣାଇ ଜିଲ୍ଲାର ସମସ୍ତ ଏସି ଏସଟି ସଙ୍ଗଠନମାନ ଯଥା ମୂଳନିବାସୀ ୟୁନାଇଟେଡ୍ ଫୋରମ, ଆମ୍ବେଦକର ଯୁବ ମୋର୍ଚ୍ଚା ଓ ସାବିତ୍ରୀବାଇ ଫୁଲେ ତରଫରୁ କେନ୍ଦ୍ରାପଡାର ମୁଖଶାଳା ତିନିମୂହାଣୀ ଠାରେ ସକାଳ ୭ଘଟିକା ଠାରୁ ଅପରାହ୍ନ […]

KANIKA