ବୈଜୟନ୍ତଙ୍କ ପଟ୍ଟାମୁଣ୍ଡାଇ ଗସ୍ତ ଭବ୍ୟ ସମ୍ବର୍ଦ୍ଧନା ଦେଲେ ଭାଜପା କର୍ମୀ



କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ପଟ୍ଟାମୁଣ୍ଡାଇ ଅଂଚଳ ଗସ୍ତରେ ଆସି ଅଂଚଳର ବିକାଶ ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ସାଂସଦ ପଣ୍ଡା ହେଲିକ୍ୟାପ୍ଟର ଯୋଗେ କଖାରୁଣୀ ପଡିଆରେ ଅବତରଣ କରିବା ପରେ ରାଜନଗର ଭାଜପା ନେତା ଲଳିତ ବେହେରା, ବରିଷ୍ଠ ସଂଖ୍ୟାଲଘୁନେତା ଏସ କେ ସଲିମ, ପଟ୍ଟାମୁଣ୍ଡାଇ ନଗର ଭାଜପା ସଭାପତି ଶଶିକାନ୍ତ ସ୍ୱାଇଁ, ନଗର ଭାଜପା ପ୍ରଭାରୀ ସୁଶୀଲ ପରିଡା, ଜିଲ୍ଲା ଭାଜପା ସମ୍ପାଦକ ସଞ୍ଜୟ କୁମାର ରଥ, ଯୁବନେତା ବିକ୍ରମ ଖଣ୍ଡାୟୀ, ରାଜନଗର ଭାଜପା ପ୍ରଭାରୀ ସୁନାକାର ପ୍ରଧାନ, କୃଷକ ମୋର୍ଚା ସଭାପତି ଶ୍ରୀଧର ପ୍ରଧାନ, ଜିଲ୍ଲା ମହିଳା ମୋର୍ଚା ଉପସଭାନେତ୍ରୀ ପ୍ରିୟଙ୍କା ଶତପଥୀ, ଭାଜପା ନେତା ସୁନାକାର ବେହେରା, ଆଇନଜିବୀ ପ୍ରମୋଦ ସାହୁ, ଯୁବନେତା ମନୋଜ ନାୟକ, ପରେଶ ସାହୁ ,ଚନ୍ଦନ ପାତ୍ର, ଗିରିଜାଶଙ୍କର ସାମଲ, ରଂଜିତ ସାହୁ, ପିତାମ୍ବର କର, ପ୍ରଶାନ୍ତ ମହାନ୍ତି, ଯୋଗେନ୍ଦ୍ର ବେହେରା ପ୍ରମୁଖ ବହୁ ଭାଜପା ନେତା ଓ କର୍ମକର୍ତା ସାମିଲ ହୋଇ ସାଂସଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସାଂସଦ ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କ ସହିତ ଆଲୋଚନା କରି ପଟ୍ଟାମୁଣ୍ଡାଇ ଅଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହା ପରେ ସାଂସଦ ଗୋଗୁଆ ସାହୁ ମଣ୍ଡପ ଠାରେ ପଥରକଣୀ ମଣ୍ଡଳ ପଦାଧିକାରୀ ମାନଙ୍କ ସହିତ ଟିଫିନ୍ ବୈଠକ କରି ପୂବାହ୍ନ ସାଢେ ୧୧ଟାରେ ରାଜନଗର ଅଭିମୁଖେ ଗସ୍ତ କରିଥିଲେ ।


Next Post

ସିଲିଣ୍ଡର ଫାଟି ଭାଇ ଭଉଣୀଙ୍କ ମୃତ୍ୟୁ ଘଟଣା ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଏନ୍‌ଏଚ୍‌ଆରସିରେ ମାମଲା

Thu Aug 22 , 2024
କେନ୍ଦ୍ରାପଡ଼ା,୨୨ା୮: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ସଂପୃକ୍ତ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜାତୀୟ ମାନବାଧିକାର ଆୟୋଗରେ ଏକ ମାମଲା ରୁଜୁ କରାଯାଇଛି। ଏଥିସହ ପରିବାର ସଦସ୍ୟଙ୍କୁ ମାନସିକ ଯନ୍ତ୍ରଣା ପାଇଁ ଅତିରିକ୍ତ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଛି। ଏହି ମାମଲା ରୁଜୁ […]

KANIKA