ମଣ୍ଡଳସ୍ତରୀୟ “ପ୍ରୟୋଗ’ ପ୍ରଶିକ୍ଷଣ ଶିବିର


 

କେନ୍ଦ୍ରାପଡ଼ା,୨୪।୮: କେନ୍ଦ୍ରାପଡ଼ା ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ୩ଦିନ ଧରି ଚଳିତ ମାସ ୨୧ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୫୬ଜଣ ପ୍ରଶିକ୍ଷାର୍ଥୀ ଓ ୪ଜଣ ପ୍ରଶିକ୍ଷକଙ୍କୁ ନେଇ ତ୍ରିଦିନାତ୍ମକ ମଣ୍ଡଳସ୍ତରୀୟ ପ୍ରୟୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଅବସରରେ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ନାୟକ, ମଣ୍ଡଳ ସାଧନକେନ୍ଦ୍ର ସଂଯୋଜକ ହିରଣ୍ୟ କୁମାର ବାରିକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଓ ଶିବିରାର୍ଥୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ପ୍ରଶିକ୍ଷକ ଅନନ୍ତ କୁମାର ପରିଡା, ମହମ୍ମଦ ଅସଗର ଅଲ୍ଲୀ, ବିଷ୍ଣୁ ଚରଣ ସାମଲ ଓ ପ୍ରଶିକ୍ଷିକା ଗୀତାଞ୍ଜଳି ମହାନ୍ତି ମୌଳିକ ସାକ୍ଷରତା, ସଂଖ୍ୟା ଜ୍ଞାନ ଓ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ସଂପର୍କରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଧାରରେ ୧୨ଟି ଅଧିବେଶନରେ ମାର୍ଗଦର୍ଶନ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କିଶୋର ଚନ୍ଦ୍ର ଜେନା, ଅଚ୍ୟୁତାନନ୍ଦ ସାମଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମହମ୍ମଦ ଗୟାସୁଦ୍ଦିନ ସହଯୋଗ କରିଥିଲେ।


One thought on “ମଣ୍ଡଳସ୍ତରୀୟ “ପ୍ରୟୋଗ’ ପ୍ରଶିକ୍ଷଣ ଶିବିର

Comments are closed.

Discover more from

Subscribe now to keep reading and get access to the full archive.

Continue reading