ଉଦଯୋଗ ଓ ପରିଶ୍ରମ କଲେ ଲକ୍ଷ ପତି ରୁ କୋଟିପତି ଦିଦି ବନି ପାରିବେ : ପଟ୍ଟାମୁଣ୍ଡାଇ ବ୍ଲକରେ ଲକ୍ଷପତି ଦିଦିଙ୍କୁ ମାନପତ୍ର ପ୍ରଦାନ ଉତ୍ସବ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ରବିବାର ୩୧ଟି ପଂଚାୟତରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଯେଉଁ ସଦସ୍ୟାମାନେ ପଂଚାୟତ ଫେଡେରେସନ, ଓ ବ୍ୟାଙ୍କମାନଙ୍କରୁ ଋଣ ନେଇ ସଠିକ ସମୟରେ ପରିଶୋଧ କରିବା ସହ ଏକ ଲକ୍ଷ ଟଙ୍କାରୁ ଅଧିକ ଆୟ କରିଛନ୍ତି ସେମାନଙ୍କୁ ଲକ୍ଷପତି ଦିଦି ଭାବରେ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି । ଓଡିଶା ଜୀବିକା ମିଶନର ପଟ୍ଟାମୁଣ୍ଡାଇ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜେର ସସ୍ମିତା ରାଉତଙ୍କ ସଂଯୋଜନାରେ ଆୟୋଜିତ ମାନ ପତ୍ର ପ୍ରଦାନ ଓ ସମ୍ବର୍ଦ୍ଧନା ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୂର୍ବରୁ ଆମ ସମାଜରେ ମହିଳାମାନେ ହାରାହାରି ପଚାଶ ଭାଗ ଥିବା ବେଳେ ପରିବାରର ଆର୍ôଥକ ବୋଝ କେବଳ ପୁରୁଷମାନଙ୍କ ଉପରେ ନ୍ୟସ୍ତ ଥିଲା । ଫଳରେ ଆମ ରାଜ୍ୟର ଅର୍ଥନୀତି ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ଥିଲା । ମାତ୍ର ୨୦୦୨ ମସିହାରେ ରାଜ୍ୟ ସରକାର ଆରମ୍ଭ କରିଥିବା ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ସହ ସେମାନଙ୍କୁ ଆର୍ôଥକ ଭାବରେ ସ୍ୱାବଲମ୍ବୀ କରିପାରିଛି । ମହିଳା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ସାମଗ୍ରୀର ଉତ୍ପାଦନ ସହ ବ୍ୟବସାୟ ପାଇଁ ପର୍ଯାୟ କ୍ରମେ ପନ୍ଦର ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ପ୍ରଦାନ କରିବା ଫଳରେ ସେମାନେ ନିଜେ ଆର୍ôଥକ ସ୍ୱଛଳ ହେବା ସହିତ ପରିବାରର ଆର୍ôଥକ ବୋଝ ଉଠାଇ ପାରୁଛନ୍ତି । ଉପସ୍ଥିତ ଥିବା ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆହୁରି ଉଦଯୋଗ ଓ ପରିଶ୍ରମ କରି କୋଟିପତି ଦିଦି ବନିବାକୁ ସେ ପରା ମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳାମାନେ ଆର୍ôଥକ ସ୍ୱଚଳ ହେଲେ ଆମର ଦେଶ ଆହୁରି ଆର୍ôଥକ ସମୃଦ୍ଧ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଏହି ସଭାରେ ଜୀବିକା ମିଶନ ବ୍ଲକ ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ, ସୁମିତ୍ରା ବିଶ୍ୱାଳ ଓ ବନଜା ନନ୍ଦିନୀ ମିଶ୍ର, ବ୍ଲକ ମିଶନ ଶକ୍ତି ଫେଡେରେସନର ସଭାନେତ୍ରୀ ସୁପ୍ରଭା ଦାସ, ସମ୍ପାଦିକା ନିର୍ମଳା ମହାପାତ୍ରଙ୍କ ସମେତ ବିଭିନ୍ନ ପଂଚାୟତର ସିଆରପି କୃଷି ମିତ୍ର ଓ ପ୍ରାଣୀ ମିତ୍ରମାନେ ଯୋଗ ଦେଇ ଥିଲେ । ଏହି ମାନପତ୍ର ଓ ସମ୍ବର୍ଦ୍ଧନା ସଭାରେ ୩୦୦ ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନେ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading