ସାଧନକେନ୍ଦ୍ର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା



କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଢାଖଣ୍ଡ ମଠସାହି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାଧନକେନ୍ଦ୍ର ପକ୍ଷରୁ ସାଧନକେନ୍ଦ୍ର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅଢାଖଣ୍ଡ ମଠସାହି ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରାମ ଚନ୍ଦ୍ର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟ ଅତିଥି, ସି ଆର ସି ସି ମଳୟ ଜେନା ମୁଖ୍ୟବକ୍ତା, ସି ଆର ସି ସି ସଞ୍ଜୟ କୁମାର ସାହୁ, ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ଦମୟନ୍ତୀ ଗିରି ସମ୍ମାନିତଅତିଥି ଭାବେ ଯୋଗ ଦେଇ ଅବସରଗ୍ରହଣ କରିଥିବା ପ୍ରଭାକର ପରିଡା, ଜୟନ୍ତୀ ସ୍ୱାଇଁ ସ୍ନେହଲତା ରାଉତ, ସୁରତି ଜେନା, ସସ୍ମିତା ରାଉତ ରାୟ, ଜୟନ୍ତୀ ଗିରି, ନୟନା ବେହେରା ପ୍ରମୁଖ ୭ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ନରସିଂହପୁର ଉ ପ୍ରା ସ୍କୁଲ ପ୍ରଧାନ ଶିକ୍ଷକ କମଳାକାନ୍ତ ଦାସ ସ୍ୱାଗତଭାଷଣ ଓ ଅଇନପଡା -ପଛ ପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜାଗର ପ୍ରସାଦ ଜେନା ଅତିଥିପରିଚୟ ପ୍ରଦାନ କରିଥିଲେ। ଶେଷରେ ନରସିଂହପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁଧାଂଶୁବାଳା ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଗୀତାଞ୍ଜଳି ବେହେରା,ନିବେଦିତା ଦାଶ, ସନ୍ଧ୍ୟାରାଣୀ ଦାଶ, ମଞ୍ଜୁଲତା ଷଢଙ୍ଗୀ, ମିନତୀ ପଣ୍ଡା, ଶୁଭଶ୍ରୀ ଶୁଭଦର୍ଶନୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଉତ୍ସବରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Next Post

ମାଆ ପୌର୍ଣମାସୀ ଦୁର୍ଗାଙ୍କ ମୃତ୍ତିକା ଉତ୍ତୋଳନ ଉତ୍ସବ

Mon Aug 26 , 2024
କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭାଗବତ ପୁର ଗ୍ରାମ ପଞ୍ଚାୟତର ବାଲିଆ ହାଟ ଠାରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗାପୂଜା ନିମିତ୍ତ ପବିତ୍ର ମୃତ୍ତିକା ଉତ୍ତୋଳନ ଉତ୍ସବ ସୋମବାର ଶ୍ରୀକୃଷ୍ଣ ଜନ୍ମ ଓ ମାଆ ଦୁର୍ଗାଙ୍କ ଆବିର୍ଭାବ ଦିବସରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଉଦ୍ୟୋକ୍ତା ତଥା ପୂଜା କମିଟି ଅଧ୍ୟକ୍ଷ ନାରାୟଣ ପତିଙ୍କର ପ୍ରତ୍ୟେକ୍ଷ ତତ୍ୱ୍ୱାବଧାନ ଓ କମିଟିର ସଦସ୍ୟ ବୃନ୍ଦ ଏବଂ ଏହି ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନଙ୍କ […]

KANIKA