ସ୍ୱର୍ଗ ଆଉ କେତେ ଦୂର ପୁସ୍ତକ ଉନ୍ମୋଚିତ



ପଟ୍ଟାମୁଣ୍ଡାଇ ୨୭/୯-ଓଡିଶାର ବିଶିଷ୍ଟ କଥାକାର ପ୍ରାଧ୍ୟାପକ ଡ଼ ନୀଳମଣି ଲେଙ୍କାଙ୍କ ଶ୍ରୀକ୍ଷେତ୍ର ମହିମା ଉପରେ ୨୫ତମ ପୁସ୍ତକ ସ୍ୱର୍ଗ ଆଉ କେତେ ଦୂର ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସାବିତ୍ରୀ ଭବନ ଠାରେ ଲେଖିକା ମିନା କୁମାରୀ ସିଂହଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସଂଗୀତ ନିର୍ଦେଶକ ରବୀନ୍ଦ୍ର ନାଥ ମିଶ୍ର ମୁଖ୍ୟଅତିଥି,କବି ଡା ମନୋରଞ୍ଜନ ଦାଶ ମୁଖ୍ୟବକ୍ତା ଓ କବୟିତ୍ରୀ ଚାରୁଲତା ଭୂୟାଁ ଓ ସୁଶ୍ରୀ ଶୁଭ୍ରସୀମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଆମର ପ୍ରାଣକେନ୍ଦ୍ର ଓ ଜଗନ୍ନାଥ ସଂସ୍କୃତି ଓ ଚେତନା ଉପରେ ଆଧାରିତ ପୁସ୍ତକ ସ୍ୱର୍ଗ ଆଉ କେତେ ଦୂର ନିଶ୍ଚୟ ପାଠକ ମହଲରେ ଆଦୃତ ଲାଭ କରିବ ବୋଲି ପୁସ୍ତକ ଉନ୍ମୋଚନ କରି ପ୍ରକାଶ କରିଛନ୍ତି ।ଅଧ୍ୟାପିକା ଡ॰ ଚିତ୍ରାକାନ୍ତି ସେଠୀ ପୁସ୍ତକର ସମୀକ୍ଷା କରିଥିଲେ । ଏହି ଉତ୍ସବ ବହୁ କବୟିତ୍ରୀ କବି ଓ ସାହିତ୍ୟିକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସାଇ ପ୍ରଭୁପାଦ, ସାଇ ଜନ୍ମେଜୟ ଓ ସାନସା ଲେଙ୍କା ପରିଚାଳନା କରିଥିଲେ ।


Next Post

ବିଦ୍ୟାଳୟର ସାତୋଟି ଶ୍ରେଣୀରେ ଜଣେ ଶିକ୍ଷକ

Tue Aug 27 , 2024
କେନ୍ଦ୍ରାପଡା ୨୭/୮: ସରକାର ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅଧିକାଂଶ ଯୋଜନା ସଠିକ ଭାବେ ସଫଳ ହେଉନାହିଁ । ତେବେ ମୌଳିକ ଆବଶ୍ୟକତା ଥିବା ଶିକ୍ଷାପ୍ରତି ବୈମାତୃକ ମନୋଭାବ କ’ଣ ପାଇଁ ବୋଲି ଆଜି ଆଲୋଚ୍ୟର ବିଷୟ ହୋଇଛି । ଏକ ରକମ୍ ପ୍ରାଥମିକ ଶିକ୍ଷା ଭୁଷୁଡି ପଡିଛି। କେନ୍ଦ୍ରାପଡା ଜିଲ୍ଲାରେ ଏହାର କରୁଣ ଦୃଶ୍ୟ କହିଲେ ନ ସରେ । ଏକାଧିକ […]

KANIKA