
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତ ଅଇନପଡା ଆର ଆଇ ଅଫିସ ଗୃହ ୧୯୬୦ ମସିହାରେ ନିର୍ମାଣ କରାଯାଇଥିଲା । ଏକ ଆଜବେଷ୍ଟସ ଘରେ କୌଣସିମତେ ଆର ଆଇ ଅଫିସ ଚାଲିଛି । ମାତ୍ର ଦୀର୍ଘ ବର୍ଷ ହେବ ଏହା ଜୀର୍ଣ୍ଣଶୀର୍ଣ୍ଣ ହୋଇପଡିବା ସହିତ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ରହିଛି । କେଉଁ ମୁହୂର୍ତରେ ଭୁଶୁଡି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଅଇନପଡା ଆର ଆଇ ସର୍କଲରେ ଆର ଆଇ ନଥିବାବେଳେ ଭାରପ୍ରାପ୍ତ ଆର ଆଇ ବିପଦସଂକୁଳ ଘରେ ଅଫିସ କରିବାକୁ ନିରାପଦ ମନେ କରୁନାହାନ୍ତି । ନରସିଂହପୁର ପଂଚାୟତ ଜନସାଧାରଣଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ତୁରନ୍ତ ଆର ଆଇ ଅଫିସ ଗୃହ ପୁନଃରୁଦ୍ଧାର କରିବା ଦିଗରେ ପଦକ୍ଷେପ ନେବାକୁ ନରସିଂହପୁର ସରପଂଚ ଦୀପ୍ତିମୟୀ ପରିଡା, ଅଶୋକ ନାଥ, ପୂର୍ବତନ ସରପଂଚ ଧିରେନ ମଲିକ, ପବିତ୍ର ପଣ୍ଡା, ପଦନ ସେଠୀ, ମଧୁସୁଦନ ଦାସ, ବିଶ୍ୱଜିତ୍ ବେହେରା, ୱାର୍ଡ ସଭ୍ୟା ସସ୍ମିତା ସାହୁ, ସସ୍ମିତା ସାମଲ ଓ ଭାରତୀ ନାଥ ନିବେଦେନ କରିଛନ୍ତି ।











