ପଟ୍ଟାମୁଣ୍ଡାଇ ଏସ୍ ବି ଆଇ ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ



ପଟ୍ଟାମୁଣ୍ଡାଇ ତା ୩୦/୯-ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ଵ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ପରିବେଶ ସୁରକ୍ଷାର ବାର୍ତ୍ତା ଦବା ପାଇଁ ବିଶ୍ବ ପରିବେଶ ପକ୍ଷ ପାଳନ ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ରାଧାରମଣ ମଠ ସ୍ଥିତ ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ଶାଖା ମୁଖ୍ୟ ପ୍ରବନ୍ଧକ ଅଶୋକ କୁମାର ରାଉତ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ପ୍ରବନ୍ଧକ ରମାକାନ୍ତ ଭୂୟାଁ ସରସ୍ଵତୀ ଶିଶୁ ଶିକ୍ଷା ମନ୍ଦିରର ସମ୍ପାଦକ ଅମ୍ବୁଜ ଭୂଷଣ ନାୟକ ପ୍ରଧାନ ଆଚାର୍ଯ୍ୟ ଅଜିତ୍ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ଵରୋପ କରିବା ସହିତ ଶିକ୍ଷା ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏସ ବି ଆଇ ପଟ୍ଟାମୁଣ୍ଡାଇ ସହ ପ୍ରବନ୍ଧକ ରଂଜିତ ସାହୁ, ସତ୍ୟପ୍ରଜ୍ଞା ପାଢ଼ୀ ସରସ୍ଵତୀ ଶିଶୁ ଶିକ୍ଷା ମନ୍ଦିରର ସହକାରୀ ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ଦାଶ ବରିଷ୍ଠ ଆଚାର୍ଯ୍ୟା ସୁଲୋଚନା ନନ୍ଦ, ସୁଚିତ୍ରା ମହାନ୍ତି , ସୁଭାଷିନୀ ସାହୁ, ସଂଗୀତା ପ୍ରଧାନ, ସଂଗୀତା ନାୟକ।


Next Post

‘ଶିଶୁଙ୍କ ପାଇଁ ଦିନଟିଏ’ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ

Sat Aug 31 , 2024
କେନ୍ଦ୍ରାପଡ଼ା, ୩୦ା୮:ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ମତେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ଥରରେ ଶିଶୁମାନଙ୍କ ସମସ୍ୟା ବୁଝିବାକୁ “ଶିଶୁଙ୍କ ପାଇଁ ଦିନଟିଏ” ପ୍ରତି ତ୍ରୈମାସିକରେ କରିବାକୁ ନିର୍ଦେଶ ରହିଛି।  ତଦନୁଯାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଦଭାବନା ସଭା ଗୃହରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରବୀନ୍ଦ୍ର […]

KANIKA