ଗୋଷ୍ଠିକେନ୍ଦ୍ର ନିର୍ମାଣରେ ବିଳମ୍ବ ବିଡିଓଙ୍କୁ ଦାବିପତ୍ର



କେନ୍ଦ୍ରାପଡା ପୁରୁଣାବସଷ୍ଟାଣ୍ଡ ସ୍ଥିତ ଡାଇମଣ୍ଡ ଜୁବୁଲି ପାଠାଗାର ଉପରେ ନିର୍ମାଣଧିନ ଗୋଷ୍ଠି କେନ୍ଦ୍ରର ନିର୍ମାଣ ତୁରନ୍ତ ଶେଷ କରିବା ପାଇଁ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କେନ୍ଦ୍ରାପଡା ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଦାବିରେ ଉଲ୍ଲେଖ କରାଯାଇଛି ଯେ ସ୍ୱୟଂସହାୟକ ମହିଳାମାନଙ୍କର କୈାଣସି ସମସ୍ୟା ଉପୁଜିଲେ ତାହାର ସମାଧାନ ପାଇଁ ସହରରେ କୈାଣସି ସ୍ଥାନ ନାହିଁ। ଫଳରେ ମହିଳାମାନେ ବୈଠକ କରିବାରେ ସମସ୍ୟାରେ ପଡୁଥିଲେ। ଏନେଇ ସ୍ୱୟଂ ସହାୟିକା ଗୋଷ୍ଠି ପକ୍ଷରୁ ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା। ୨୦୨୩ ନଭେମ୍ବରମାସରେ ପୁର୍ବ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ୮ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରାଯାଇ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ୧୦ମାସ ବିତିଯାଇଥିଲେବି ସେହି ଗୋଷ୍ଠୀକେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନାହିଁ। ଫଳରେ ମହିଳାମାନଙ୍କ ଉଦେଶ୍ୟ ସାଧିତ ହୋଇପାରୁନାହିଁ। ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବରଦା ସରିଫ୍ ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ପୂର୍ଣ୍ଣିମା ବେହେରା, ଫ୍ରିଡମ୍ ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ସଲମା ବିବି, ସରସ୍ୱତୀ ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ସରସ୍ୱତୀ ସାହୁ, ମା’ସିମ୍ବଲାଇ ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ଡଲିପ୍ରଭା ମେକାପ୍‌, ସାଇରାମ ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ପାର୍ବତୀ ବେହେରା, ମା’ ବିରଜା ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ରୀନା ବେହେରା, ଇନ୍ଦିରା ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ସୋଫିଆ ଖାତୁନ୍‌, କାଜଲ୍ ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ସାହାନା ପରୱିନ୍‌, ଶକ୍ତି ପ୍ରତିବେଶି ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ସୁପ୍ରଭା ଦାସ, ଇସଲାମିଆ ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ଜାହାନବିଆ ବିବି, ମୟୁର ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ଫାତମା ବିବି ପ୍ରମୁଖ କେନ୍ଦ୍ରାପଡା ବିଡିଓଙ୍କ ନିକଟରେ ଦାବି କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading