
କେନ୍ଦ୍ରାପଡ଼ା ସମସ୍ତ ଅଟ୍ରୋସିଟି ମାମଲାରେ ତଦନ୍ତ କାରୀ ଅଧିକାରୀଙ୍କ ଅପାରଗ ଯୋଗୁଁ ଗୋଟେ ଗୋଟେ ମାମଲାର ଦୁଇବର୍ଷ ତିନି ବର୍ଷ ମଧ୍ୟରେ ରୁଜୁ କରାଯାଉ ନାହିଁ ବୋଲି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀ ବେଳେ ମୂଳନୀବାସୀ ୟୁନାଇଟେଡ଼ ଫୋରମ ତରଫରୁ ଅଭିଯୋଗ କରାଯାଇଛି ।
ଫୋରମର ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ସମସ୍ତ ଜାତିଗତ ନିର୍ଯ୍ୟାତନା ମାମଲାର ଦାୟୀତ୍ୱ ନେଉଥିବା ଅଧିକାରୀ ମାନେ ଜଣେ କାର୍ଯ୍ୟନିର୍ବାହୀ ବା ତାଲୁକ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ କରିବା ନିୟମ ଅଛି । ଏହିସବୁ ମାମଲାରେ ହେଉନି ମାଜିଷ୍ଟ୍ରେଟ ଓ ତଦନ୍ତ କାରୀ ଅଧିକାରୀଙ୍କ ଯୁଗ୍ମ ତଦନ୍ତ । ଏହି ମାମଲା ସମ୍ବନ୍ଧରେ କୌଣସି ଗୋଟିଏ ମାମଲାରେ ବି ତହସିଲଦାର, ଅତିରିକ୍ତ ତହସିଲଦାର ଜାଣନ୍ତି ନାହିଁ କି ଘଟଣା ସ୍ଥଳକୁ ଯାଆନ୍ତି ନାହିଁ । ଏପରିକି ଡ଼ିଏସପି ଙ୍କୁ ପୀଡିତ ପରିବାର ଭୟଭୀତ ହୋଇ ସଠିକ ବୟାନ ଦେଇ ପାରନ୍ତି ନାହିଁ । ଏପରିକି ଦିଆଯାଇଥିବା ବୟାନକୁ ତଦନ୍ତ କାରୀ ଅଧିକାରୀ ପ୍ରଭାବିତ ଓ ପ୍ରଲୋଭିତ ହୋଇ ବଦଳାଇ ଦେଉଥିବାରୁ ନ୍ୟାୟ ମିଳେ ନାହିଁ । ତହସିଲଦାର ନ ରହିବାରୁ ସହଜ ହୁଏ ନାହିଁ । ତେଣୁ ସେମାନେ ଏହି ଉଭୟ ପକ୍ଷଙ୍କ ଜାତି ପ୍ରମାଣପାତ୍ର ବି ଦେବାରେ ବର୍ଷ ବର୍ଷ ଲଗେଇ ଦିଅନ୍ତି । ଅନେକ ଏହି ମାମଲାରେ ଜେଇଆର ହୋଇ ପାରିନଥାଏ । ଏବେ ଜିଲ୍ଳାରେ ଶତାଧିକ ମାମଲା ବିଭିନ୍ନ ତହସିଲରେ ପଡ଼ିରହିଛି । ତଦନ୍ତ ଅଧିକାରୀ ମାନେ ଜେଇଆର ଆସିନାହିଁ କହି ଗଡେଇ ଚାଲିଥିବା ବେଳେ ତହସିଲର ଆର.ଆଇ ମାନେ ଚୁପଚାପ ପକ୍ଷଙ୍କ ଠାରୁ ହାତ ଗୁଂଜା ନେଇ ଚାପି ଦେଉଛନ୍ତି । ତେଣୁ ଯଦି ଯୁଗ୍ମ ତଦନ୍ତ ହୋଇ ଥାଆନ୍ତା ତେବେ ସ୍ଥିତି ସହ ବ୍ୟବସ୍ଥା ସୁପ୍ରସାରି କାର୍ଯ୍ୟକ୍ଷମ ହୋଇଥାନ୍ତା । ଜେଇଆର କୁ ଡ଼ିଏସପି, ଏସଡିପିଓ ମାନେ ମାସ ମାସ ଓ ବର୍ଷ ବର୍ଷ ପରେ ଚିଠି କରି ପଠାଇ ଦେଉଥିବାରୁ ଅସୁବିଧା ହେଉଅଛି । ପୀଡିତା ପରିବାରକୁ ବାରମ୍ବାର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଅଫିସକୁ ଯାଇ ଲାଂଚ ଦେବାକୁ ବା ଦଲାଲ ର ଶିକାର ହେବାକୁ ପଡୁଛି । ତେଣୁ ଏହା ଉପରେ ଗୁରୁତର ସହ ବିଚାର ଓ ବକେୟା ପଡିରହିଥିବା ଅର୍ଥ ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ସଂଗଠନ ତରଫରୁ ଜିଲ୍ଲା ମହିଳା ସଭାନେତ୍ରୀ ସୁପ୍ରଭା ମଲ୍ଲିକ, ଜିଲ୍ଲା ସଂଯୋଜକ ଡକ୍ଟର ଅପୂର୍ବ ରଞ୍ଜନ ସେଠି, ଜିଲ୍ଲା ବୌଦ୍ଧ ମହାସଭା ସଭାନେତ୍ରୀ ବିଳାସିନୀ ମଲ୍ଲିକ,ଶଶିକାନ୍ତ ସାହୁ, ବବୁଲୁ ବାହାନ ଦାସ, ବେଲାଳ ସେନା ଦାସ, ନିରଞ୍ଜନ ମଲ୍ଲିକ, ମାମାଲି ମଲ୍ଲିକ, ସୁରେଶ ମଲ୍ଲିକ, ଶୁକଦେବ ନାୟକ, ମାର୍ଶାଘାଇ ବ୍ଲକ ସଭାପତି ମାନସ ମଲ୍ଲିକ, ବ୍ଲକ ସଭାପତି ଦିଲିପି ମଲ୍ଲିକ, ରାମଚନ୍ଦ୍ର ସେଠି, ଯୁବ ସଂଯୋଜକ ସୁମନ୍ତ ମଲ୍ଲିକ, ରାଜକିଶୋର ମୁଦୁଲି, ପଟ୍ଟାମୁଣ୍ଡାଇ ସଂଯୋଜକ ଇଶୋର ମଲ୍ଲିକ, ଦିଲିପି କୁମାର ମଲ୍ଲିକ ମଲ୍ଲିକ,ଦଶରଥ ମଲ୍ଲିକପ୍ରମୁଖ ନିବେଦନ କରିଛନ୍ତି ।










