ବୀର ହନୁମାନଜୀୟୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ତାଳବଣ” ସୃଷ୍ଟି କାର୍ଯ୍ୟକ୍ରମ



କେନ୍ଦ୍ରାପଡ଼ା, ୫/୯: ନିକିରାଇସ୍ଥିତ ବୀର ହନୁମାନଜୀୟୁ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ତରଫରୁ ଦିବଂଗତ ପ୍ରାକ୍ତନ ଜୀବ ବିଜ୍ଞାନ ବିଭାଗର ଡେମୋନ୍‌ଷ୍ଟ୍ରେଟର୍ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ “ତାଳବଣ” ସୃଷ୍ଟି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଆନୁଷ୍ଠାନିକ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଉକ୍ତ କାର୍ଯ୍ୟକ୍ରମର ଉପାଦେୟତା ସମ୍ବନ୍ଧରେ ମତ ପ୍ରକାଶ କରିଥିଲ । ଅନୁଷ୍ଠାନର ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ଶ୍ରମ ଦାନ କରି ସଂଗୃହୀତ ୫୦୦ ତାଳଚାରା ସେଢୁଆ ମହାପୁରୁଷଙ୍କ କେନାଲ ବନ୍ଧରେ ରୋପଣ କରିଥିଲେ । ଡା. ଆଲୋକ କୁମାର ରାୟ ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।


Next Post

ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଓ ସ୍ୱର ମହ୍ଲାର ମହୋତ୍ସବ ୨୦୨୪ ପାଳିତ

Thu Sep 5 , 2024
କେନ୍ଦ୍ରାପଡା ୫/୯ – କେନ୍ଦ୍ରାପଡାର ପ୍ରମୁଖ ସଂଗଠନ ମୂର୍ଚ୍ଛନା ଓ ଓଡିଶା କଲଚର୍ ଆର୍ଟ ଏକାଡେମୀ ପକ୍ଷରୁ ଗୀତ ଗୀତ ଗୋବିନ୍ଦ ସଦନ ଠାରେ ଗତ ବୁଧବାର ଦିନ ରାଜ୍ୟ ସ୍ତରୀୟ ଗୁରୁ ପୁଜନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶାରୁ ୧୨୦ ଜଣ ଗୁରୁଙ୍କୁ ଗୁରୁଶ୍ରୀ ସମ୍ମାନରେ ସମ୍ମାନୀତ କରା ଯାଇଥିବା ବେଳେ ଶିଶୁ ପ୍ରତିଭା ସମ୍ମାନରେ ୬୦ ଜଣ ଯୁବ ପ୍ରତିଭା ସମ୍ମାନରେ ୩୦ […]

KANIKA