ପଟ୍ଟାମୁଣ୍ଡାଇରେ କୌଶଳ ରଥ ପରିକ୍ରମା



କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ-କେନ୍ଦ୍ର ସରକାରଙ୍କ ଦ୍ୱାରା ବିକାଶର ଧାରାକୁ ବଢ଼ାଇବା ଏବଂ ଯୁବକ ଯୁବତୀମାନଙ୍କୁ ଡିଜିଟାଲଇଜେସନ ମାଧ୍ୟମରେ କାର୍ଯ୍ୟ କରିବାର ଉନ୍ନତ ଶୈଳୀ ବିଷୟରେ ଜ୍ଞାନ ପ୍ରଦାନ କରିବାକୁ ଆରମ୍ଭ ହୋଇଥିବା କୌଶଳ ରଥ ଶୁକ୍ରବାର ଅପରାହ୍ନରେ ପଟ୍ଟାମୁଣ୍ଡାଇରେ ପହଂଚିିବା ପରେ ଏହାକୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଡିଜିଟାଲ ବସ୍ ମାଧ୍ୟମରେ ଡିଜିଟାଲ ସ୍ୱାକ୍ଷରତା, ଆର୍ôଥକ ସ୍ୱାକ୍ଷରତା, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଥିବା ବିକାଶକୁ ପରିସ୍ଫୁଟନ କରିବା ଏହି କୌଶଳ ରଥର କାର୍ଯ୍ୟ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଡିଜିଟାଲ କୌଶଳ ରଥ ମାଧ୍ୟମରେ ସେ ଜଣାଇବାକୁ ଚାହାନ୍ତି ଯେ, ୨୦୪୭ ମସିହା ସୁଦ୍ଧା ଭାରତର ଅର୍ଥନୀତି ୩୦ଟ୍ରିଲିୟନ ଡଲାରକୁ ଅତିକ୍ରମ କରିବ। ଫଳରେ ସ୍ୱଦେଶୀ ଜ୍ଞାନ କୌଶଳରେ ବର୍ତମାନର ଯୁବପିଢି, ଛାତ୍ରଛାତ୍ରୀ ଏହି ଡିଜିଟାଲାଇଜେସନ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇପାରିବେ।ଆତ୍ମନିର୍ଭରଶୀଳ ଭାରତ ମାଧ୍ୟମରେ ଭାରତର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ନାଗରିକ, ପୁରୁଷ, ମହିଳାମାନେ ଏହି ଚିନ୍ତାଧାରାରେ ଏହି ଦକ୍ଷତା ବିକାଶର ସୁଯୋଗ ନେବା ଅପରିହାର୍ଯ୍ୟ ହୋଇ ପଡ଼ିଛି। ଶୁକ୍ରବାର ଏହି କୌଶଳ ରଥ ପ୍ରଥମେ ଏମଏନ ହାଇସ୍କୁଲରେ ପହଂଚି ଥିଲା । ଏହି ରଥକୁ ଏମ ଏନ ହାଇସ୍କୁଲ ଛାତ୍ରୀଛାତ୍ରମାନେ ବାଜା ବଜାଇ ନାଚ ଗୀତ ମଧ୍ୟରେ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସରୋଜ ସ୍ୱାଇଁ, ଶଶାଙ୍କ ଶେଖର ସାହୁ, ଅନିତା ଧଳ, ଅଶୋକ ଦାଶ,ଅନିଲ ଦାସ,ତାପସ ବେହେରା, ଗୋମତୀ ସ୍ୱାଇଁ, ସ୍ୱର୍ଣ୍ଣମୟୀ ନାୟକ, ପୁରାତନ ଛାତ୍ର ସଂସଦ କୋଷାଧକ୍ଷ ଗୋପୀନାଥ ତ୍ରିପାଠୀ, ସ୍କୁଲ ପରିଚାଳନା କମିଟି ଉପସଭାପତି ଇତିଶ୍ରୀ ଦାଶ ଯୋଗ ଦେଇ ରଥ ସହିତ ରଥରେ ଥିବା ପଟ୍ଟାମୁଣ୍ଡାଇ ବ୍ଲକ ଏବିଇଓ ଚନ୍ଦ୍ରଶେଖର ତ୍ରିପାଠୀ, ସି ଆର ସି ସି ସଂଘମିତ୍ରା ନାୟକ ପ୍ରମୁଖ ଶିକ୍ଷା ବିଭାଗ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ । ପରେ କୌଶଳ ରଥ ଚାହାପଡା ସ୍ଥିତ ସରକାରୀ ଆଇଟିଆଇରେ ପଂହଁଚିଥିଲା ।


Discover more from

Subscribe now to keep reading and get access to the full archive.

Continue reading