ପୁନର୍ବାସ ପକ୍ଷରୁ ମେଗା ଫିଜିଓଥେରାପି ଶିବିର


କେନ୍ଦ୍ରାପଡ଼ା,୮ା୯:ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ପୁନର୍ବାସ ଏବଂ ନିରତାର, ଓଲଟପୁରର ସ୍ନାତକୋର ଫିଜିଓଥେରାପି ବିଭାଗର ସହଯୋଗରେ ଏକ ମେଗା ଫିଜିଓଥେରାପି ଶିବିର ସହରର ମାଧପୁରସ୍ଥିତ ଅମର ଉଦ୍ୟାନରେ ଅନୁଷ୍ଠିତ ହୋଇ ଯାଇଛି। ଫିଜିଓଥେରାପି ଆମର ପରିବର୍ତ୍ତିତ ଜୀବନଶୈଳୀଗତ ଅଭ୍ୟାସରୁ ଉତ୍ପନ୍ନ ପୀଡାଠାରୁ ଆରମ୍ଭ କରି ସ୍ନାୟୁ, ଅସ୍ଥି,ମେରୁଦଣ୍ଡ ଓ ମାଂସପେଶୀଜନିତ ଯନ୍ତ୍ରଣାର ସଫଳ ଥେରାପି ଚିକିତ୍ସା ପ୍ରଦାନ କରି ପାରୁଛି। ଯାହା ପାର୍ଶ୍ୱ ପ୍ରତିକ୍ରିୟା ଠାରୁ ଦୂରରେ ସମ୍ପୂର୍ଣ୍ଣ ଭୌତିକ ବ୍ୟାୟମ ପଦ୍ଧତିରେ ଯନ୍ତ୍ରଣାକୁ ଉପଶମ କରିପାରୁ ଥିବାରୁ ଏହାର ଆଦର ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ରାପଡ଼ା ଜିଲାରେ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ଫିଜିଓଥେରାପି ରି-ହାବିଲିଟେସନ୍ ସେବା ଯୋଗାଇ ଆସୁଥିବା ପ୍ରତିଷ୍ଠିତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଆୟୋଜିତ ଏହି ମେଗା ଶିବିରକୁ କେନ୍ଦ୍ରାପଡ଼ାର ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ଉଦ୍ଘାଟନ କରିଥିଲେ। କେନ୍ଦ୍ରାପଡ଼ା ସହର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳମାନଙ୍କରୁ ସମୁଦାୟ ୧୩୦ ଜଣ ରୋଗୀଙ୍କୁ ଏହି ଶିବିରରେ ଥେରାପି ଚିକିତ୍ସା ପ୍ରଦାନ କରାଯାଇଥିଲା। ନିରତାର ଫିଜିଓଥେରାପି ସ୍ନାୟୁ, ଶିଶୁ ଓ ରିହାବ୍ ପ୍ରଭୃତି ବିଭାଗର ୧୫ଜଣ ପ୍ରଶିକ୍ଷିତ ସ୍ପେଶାଲାଇଜଡ଼୍ ଥେରାପିଷ୍ଟମାନେ ପେସେଣ୍ଟମାନଙ୍କ ଥେରାପି ମୂଲ୍ୟାୟନ ସହ ପ୍ରତ୍ୟେକଙ୍କୁ ଆବଶ୍ୟକ ଥେରାପି ପ୍ରଦାନ କରିଥିଲେ। ସକାଳ ୮ ଘଟିକାରୁ ପଞ୍ଜୀକରଣ ଆରମ୍ଭ ହୋଇ ମଧ୍ୟାହ୍ନ ୨ ଘଟିକା ପର୍ଯ୍ୟନ୍ତ ଏହି ଶିବିର ଚାଲୁ ରହିଥିଲା। ପୁନର୍ବାସ ପକ୍ଷରୁ ପରିଚାଳନା କମିଟି ସଭ୍ୟ ବଂଶୀଧର ମହାନ୍ତି, ଜ୍ୟୋତି ରଞ୍ଜନ ନାୟକ, ଶିବ ଚରଣ ସାମଲ ଶେଷଦେବ ପ୍ରସାଦ ଦାସ, ଶ୍ୟାମାଶ୍ରୀ ମହାନ୍ତି, ସ୍ୱପ୍ନାଂଶୁ କୁମାର ଦାସ,ପ୍ରଶାନ୍ତ କୁମାର ସିଂହ, ମହମ୍ମଦ ଜାହିଦ୍ ଖାନ୍‌, ସଂଗ୍ରାମ ଚୌଧୁରୀ, ପ୍ରଫୁଲ୍ଲ ବେହେରା,ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ପରିଚାଳନା କରିଥିଲେ। ପଞ୍ଜିକରଣ ଓ ବ୍ୟବସ୍ଥାପନାରେ ପୁନର୍ବାସର ଥେରାପିଷ୍ଟ ଚନ୍ଦନ କୁମାର ଜେନା, କମଳକାନ୍ତ ବିଶ୍ୱାଳ, ଗୁଞ୍ଜନସ୍ମିତା ବେହେରା, ସଞ୍ଜୀବ କୁମାର ଜେନା, ରଞ୍ଜନ କୁମାର ସ୍ୱାଇଁ, ମିହିର ରଞ୍ଜନ ବାରିକ, ଗାୟତ୍ରୀ ପୃଷ୍ଠି, ଦୀପକ ସାହୁ, ମନୋଜ ବିଶ୍ୱାଳ, ଗୌତମ ସାହୁ ଓ ପୌର ସଭ୍ୟା ରଶ୍ମିତା ସିଂହ ପ୍ରମୁଖ ସହଯୋଗ କରିଥିଲେ। ନିରତାର ଓଲଟପୁର ନିର୍ଦ୍ଦେଶକ ପ୍ରଫେସର ପତିତପାବନ ମହାନ୍ତି ଏହି ଫିଜିଓଥେରାପି ଶିବିର ନିମନ୍ତେ ସହଯୋଗ କରିଥିବାରୁ ଏବଂ କେନ୍ଦ୍ରାପଡ଼ା ଅଞ୍ଚଳର ଅଧିବାସୀ ହାତ ପାଆନ୍ତାରେ ଉତ୍କୃଷ୍ଟ ଥେରାପି ଦ୍ୱାରା ଉପକୃତ ହୋଇ ଥିବାରୁ ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ କୃତଜ୍ଞତା ପ୍ରକାଶ କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading