ପଟ୍ଟାମୁଣ୍ଡାଇ ତା ୧୩/୯-ଓଡିଶାର ପ୍ରମୁଖ ପଞ୍ଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ପ୍ରତିଷ୍ଠାତା ସଭାପତି ଗୀତିକବି ସୁଶାନ୍ତ ପାଣିଙ୍କୁ ଓଡିଶୀ ନୃତ୍ୟ ସଂଗୀତର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପବିତ୍ର ଗୁରୁ ଦିବସ ଅବସରରେ ସମ୍ମାନଜନକ ଗୁରୁ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ସ୍ଵାଣ୍ଡିସ ହୋଟେଲରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ସାଂସଦ କବି ଡ଼ […]

ଭୁବନେଶ୍ୱର,୧୩।୯-କାଳିଆ ଯୋଜନା ନେଇ ସିଏଜି ରିପୋର୍ଟରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ୨୦୧୯ରୁ ୨୦୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦିଆଯାଇଥିଲା। ୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୩ ଥର, ୮.୦୯ ଲକ୍ଷଙ୍କୁ ୨ ଥର ଟଙ୍କା ମିଳିଥିବା ବେଳେ ୧୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ କେବଳ ଥରଟିଏ କିସ୍ତି ଟଙ୍କା ମିଳିଛି। ଯୋଜନା କାର୍ଯ୍ୟକାରୀ ବେଳେ ୯.୭୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଧରାପଡ଼ିଥିଲେ। […]

କେନ୍ଦ୍ରାପଡ଼ା, ୧୩ା୯: ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଜନସାଧାରଣଙ୍କ ଜୀବନ ଜୀବିକାର ସମସ୍ୟା ସମାଧାନ ହେବା ପରିବର୍ତ୍ତେ କ୍ରମେ ସଙ୍ଗୀନ ଆକାର ଧାରଣ କରୁଛି । ନୂଆ ସରକାର ଗାଦୀସୀନ ହେବାପରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଲଗାମ ହୀନ ଭାବେ ବଢି ଚାଲିଛି । ରାଜ୍ୟ ସରକାରଙ୍କ ଏ କ୍ଷେତ୍ରରେ ଅସହାୟତା ପ୍ରଦର୍ଶନ ଜନତାଙ୍କୁ ହତାଶ ଚକିତ କରିଛି । ଅପାରଗ ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ଏ […]

  ପଲ୍ଲୀବାଣୀ ମିଶନ ପକ୍ଷରୁ ପ୍ରତିଭାସମ୍ପନ୍ନ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’ର ଷଷ୍ଠ ସଂସ୍କରଣ ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ। ନୂଆଦିଲ୍ଲୀର ଲୋଧିରୋଡ୍‌ସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସଭାଗୃହରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଏନ୍‌ଡି ଟିଭିର ସାମ୍ବାଦିକା ସିକ୍ତା ଦେଓ, ଓଟିଭି ପୁରୀର ସାମ୍ବାଦିକ ମଧୁସୂଦନ ମିଶ୍ର, କ୍ରୀଡା ସାମ୍ବାଦିକ ସମ୍ବିତ୍‌ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଶିବଶଙ୍କର ନନ୍ଦନ, ନ୍ୟୁଜ୍‌ ୧୮ର ସମ୍ପାଦକ […]

ଭୁବନେଶ୍ୱର,୧୩।୯-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହି ସମୟରେ ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ୱର ଆସି ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ “ସୁଭଦ୍ରା”ଯୋଜନାର ଶୁଭାରମ୍ଭ ସହ ଅନ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। […]

କେନ୍ଦ୍ରାପଡ଼ା,୧୩ା୯: ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ)ର ସର୍ବଭାରତୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଅକାଳ ବିୟୋଗରେ ସିପିଆଇ(ଏମ୍‌) କେନ୍ଦ୍ରାପଡ଼ା ଜିଲ୍ଲା କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଫୁସଫୁସ ସଂକ୍ରମଣ ଜନିତ ରୋଗରେ ଗୁରୁତର ଭାବେ ଆକ୍ରାନ୍ତ ହୋଇ ୭୨ବର୍ଷ ବୟସରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ)ରେ ସେପ୍େଟମ୍ବର ୧୨ତାରିଖରେ ତାଙ୍କର ଦେହାନ୍ତ ଘଟିଛି। ସୀତାରମ ୟେଚୁରୀ ସିପିଆଇ(ଏମ୍‌)ର ସର୍ବୋଚ୍ଚ ନେତା ତଥା ବାମପନ୍ଥୀ ଆନ୍ଦୋଳନର ବିଶିଷ୍ଟ ନେତା ଓ […]

କେନ୍ଦ୍ରାପଡ଼ା, ୧୩ା୯: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବେଲପାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ତିଳୋତ୍ତମା ବରାଳଙ୍କୁ ବହିଷ୍କାର କରିବା ପାଇଁ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟାମାନେ ଉପଜିଲ୍ଲାପାଳଙ୍କ ନିକଟରେ ଉପସ୍ଥିତ ହୋଇ ପ୍ରସ୍ତାବ ଆଗତ କରିଛନ୍ତି। ୱାର୍ଡ ସଭ୍ୟ/ସଭ୍ୟାମାନେ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସରପଞ୍ଚ ଶ୍ରୀମତୀ ବରାଳଙ୍କ ବେଆଇନ କାରବାର, ଦୁର୍ନୀତି, ପଞ୍ଚାୟତରେ ଅନୁପସ୍ଥିତ ରହିବା ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଥିବାରୁ ତାଙ୍କ ବିରୋଧରେ ଓଡିଶା ଗ୍ରାମ ପଞ୍ଚାୟତ […]

କେନ୍ଦ୍ରାପଡ଼ା,୧୩ା୯: କେନ୍ଦ୍ରାପଡ଼ା ଜିଲାର ସର୍ବପୁରାତନ ମହାବିଦ୍ୟାଳୟ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ପୁରାତନ ଛାତ୍ରମାନେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ସେମାନେ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ଯେ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ବିଭିନ୍ନ ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଉଛି। ପିଲାମାନଙ୍କ ଅଧ୍ୟୟନ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖା ଦେଇଥିବାରୁ ପିଜି ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର […]

କେନ୍ଦ୍ରାପଡା , ପଟ୍ଟାମୁଣ୍ଡାଇ ୧୩/୯ -ଦିନକୁ ଦିନ ବହୁସଂଖ୍ୟାରେ ଗଛକଟା ହେବା ଯୋଗୁ ଜଙ୍ଗଲ ଧ୍ୱଂସ ହେଉଛି। ଏଥିଯୋଗୁ ପ୍ରକୃତି ତା’ର ଭାରସାମ୍ୟ ହରାଇବାକୁ ବସିଲାଣି। ପରିବେଶ ସନ୍ତୁଳନରେ ବାଧା ବି ଉପୁଜିଲାଣି। ମଣିଷ ଜୀବନ ପାଇଁ ବୃକ୍ଷ କେତେ ଗୁରୁତ୍ୱପୂର୍ଣ୍ଣ ଯେଉଁମାନେ ଏହି କଥାକୁ ଭଲ ଭାବେ ବୁଝିଛନ୍ତି ସେମାନେ ଚାରାରୋପଣକୁ ସେତିକି ଗୁରୁତ୍ୱ ଦେଉଛନ୍ତି। ଏମିତି ପରିସ୍ଥିତିରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବରିଷ୍ଠ ନାଗରିକ ମଂଚ […]

କେନ୍ଦ୍ରାପଡ଼ା,୧୨ା୯:କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ର ପୂର୍ବତନ ଅବସର ପ୍ରାପ୍ତ ବଡବାବୁ କିଶୋର ଚନ୍ଦ୍ର କରଙ୍କ ପରଲୋକ ହୋଇଯାଇଛି । ସେ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ରାଜସ୍ୱ ବିଭାଗର ଜଣେ ଦକ୍ଷ କର୍ମଚାରୀ ଭାବରେ ନିଷ୍ଠାର ସହ ଦାୟିତ୍ୱ ତୁଲାଉ ଥିଲେ । ସ୍ୱର୍ଗତ କର ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀ ସଂଘର ଉପଦେଷ୍ଠା ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ତାଙ୍କ ପରଲେକ ର ଖବର ପାଇ ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀ, […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ କୁଳସାହି ଗ୍ରାମରେ ଗତକାଲି ରାତିରେ ଗଣେଶ ମୂର୍ତି ଭସାଣି ଓ ଶୋଭାଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷର ୫ଜଣ ଆହତ ହୋଇଛନ୍ତି । ଆହତମାନେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ଏହି ଘଟଣାକୁ ନେଇ କୂଳସାହି ଗ୍ରାମରେ ଉତେଜନା ଲାଗି ରହିଛି । ଏହି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ତଳପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚୋରାମଦ କାରବାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଘରେ ଅବକାରୀ ଟିମ୍ ଚଢାଉ କରି ଧମକ ଚମକ ଦେବା ସହିତ ଆସବାବପତ୍ର ଭଙ୍ଗା ରୁଜା କରିବାରୁ ଲୋକେ ଉତ୍ୟକ୍ତହୋଇ ସେମାନଙ୍କୁ ଅଟକ ରଖିଥିଲେ। ପରେ ପୋଲିସ ପହଁଚି ବୁଝାସୁଝା କରିବାରୁ ସେମାନେ ମୁକୁଳିଛନ୍ତି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ […]