କେନ୍ଦ୍ରାପଡାରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆୟୋଜିତ



କେନ୍ଦ୍ରାପଡ଼ା,୧୫ା୯: ଓଡ଼ିଶାର ମା’ ଭଉଣୀମାନଙ୍କୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ ତଥା ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ମହତାକାଂକ୍ଷୀ ସୁଭଦ୍ରା ଯୋଜନାର ବହୁଳ ପ୍ରଚାର ପ୍ରସାର କରିବା ନିମନ୍ତେ ରବିବାର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାରେ “ସୁଭଦ୍ରା ସ୍ୱାଗତ ପଦଯାତ୍ରା’ ଆୟୋଜିତ ହୋଇଯାଇଛି। ଏଥି ସହିତ ସମସ୍ତ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ଏହି ପଦଯାତ୍ରାର ଆୟୋଜନ କରାଯାଇଛି। ଜିଲ୍ଲା ସ୍ତରୀୟ ପଦଯାତ୍ରା ସକାଳ ୯ ଘଟିକା ସମୟରେ ତିନିମୁହାଣୀଠାରୁ ଆରମ୍ଭ ହୋଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ସଦସ୍ୟା, ବିଭିନ୍ନ ମହାସଂଘର ନେତୃମଣ୍ଡଳୀ ଯୋଗ ଦେଇ ସୁଭଦ୍ରା ଯୋଜନା ସମ୍ପର୍କିତ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟଠାରେ ପହଂଚିଥିଲେ। ଉକ୍ତ ପଦଯାତ୍ରାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, କେନ୍ଦ୍ରାପଡ଼ା ପୌର ପରିଷଦ ଅଧ୍ୟକ୍ଷା ସରିତା ସାହୁ ,ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ ଦାସ, ଜିଲ୍ଲା ସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ଅତିଥିମାନେ ସୁଭଦ୍ରା ଯୋଜନା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସୁଭଦ୍ରା ଯୋଜନା ଉପରେ ଯଦି କୌଣସି ଅଭିଯୋଗ ଥାଏ, ତେବେ ସୁଭଦ୍ରା ହେଲ୍ପ ଲାଇନରେ ଅଭିଯୋଗ କରିପାରିବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଶେଷରେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ସୁଭଦ୍ରା ସ୍ୱାଗତ ଶୋଭାଯାତ୍ରା

Sun Sep 15 , 2024
ପଟ୍ଟାମୁଣ୍ଡାଇତା ୧୫/୯-ରାଜ୍ୟ ସରକାରଙ୍କ ବହୁ ଚର୍ଚିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ସୁଭଦ୍ରା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲଗି ସାରା ରାଜ୍ୟରେ ସୁଭଦ୍ରା ସ୍ୱାଗତ ଶୋଭାଯାତ୍ରା ଆୟୋଜିତ ହୋଇଛି । ଏହି କ୍ରମରେ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ସୁଭଦ୍ରା ସ୍ୱାଗତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ପକ୍ଷରୁ ସୁଭଦ୍ରା ସ୍ୱାଗତ ଶୋଭାଯାତ୍ରା ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା । ପୋଖରୀଆପଡା ହରପାର୍ବତୀ ମନ୍ଦିର ଠାରୁ ସୁଭଦ୍ରା […]

KANIKA