ତୁଳସୀ ମହୋତ୍ସବ ଉଦ୍‌ଯାପିତ



କେନ୍ଦ୍ରାପଡା,୧୫/୯: ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ଗତ ୨ ଦିନ ଧରି ଗରାପୁର ସ୍ୱୟଂସିଦ୍ଧା କଣ୍ଟିନେଣ୍ଟାଲ ପରିସରରେ ୨ୟ ବାର୍ଷିକ ତୁଳସୀ ମହୋତ୍ସବ-୨୦୨୩-୨୪ ଶନିବାର ରାତିରେ ଉଦ୍‌ଯାପିତ ହୋଇଯାଇଛି ।
ବାରୋ ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ଉଦ୍‌ଘାଟକ ଭାବେ ପ୍ରଫେସର ନନ୍ଦକିଶୋର ପରିଡା, ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ଭାବେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ, ସମ୍ମାନୀତ ଅତିଥି ଭାବରେ ବିଶିଷ୍ଠ ତବଲା ଗୁରୁ ସମୀରଂଜନ ଦାସ, ଡା. ବିଶ୍ୱପ୍ରକାଶ କାନୁଗୋ ଏବଂ କେନ୍ଦ୍ରାପଡା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର ଯୋଗଦେଇ ତୁଳସୀ ମହୋତ୍ସବର ତାତ୍ପର୍ଯ୍ୟ ସମେତ କଳାପୀଠ କେନ୍ଦ୍ରାପଡାର ପ୍ରଥିତ ଯଶା କଳାକାରମାନଙ୍କର ଉତ୍କଳୀୟ କଳା ସଂସ୍କୃତିର ବିକାଶ କ୍ଷେତ୍ରରେ ଥିବା ବଳିଷ୍ଠ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।
ରେଡିଓ ଭାବଗ୍ରାହୀର ଶିଳ୍ପୀ ନିରୁପମା ଜେନା, ରୂପାଲି ସୂତାର, ରାଜଲକ୍ଷ୍ମୀ ପରିଡା ଏବଂ ଅର୍ଚ୍ଚନା ପରିଡା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । କଣ୍ଢେଇ ନାଚ ଗୁରୁ ଫକୀର ସିଂହ ସୂତା କଣ୍ଢେଇ ନୃତ୍ୟ ପରିବେଷଣ କରିଥିଲେ । ବଲାଙ୍ଗିର ଜିଲ୍ଲାର କିଶୋର ଜାଲ୍ ଏବଂ ସାଥି ସମ୍ବଲପୁରୀ ନୃତ୍ୟ, କଟକ ସହରର ଶେଖ୍ ବଜାରରୁ ଆସିଥିବା ନୃତ୍ୟ ଜ୍ୟୋତିର କଳାକାର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ସ୍ମୃତିରେଖା ବିଶ୍ୱାଳ, ଅଙ୍କିତା ପରିଡା, ପ୍ରତୀକ୍ଷା ନାୟକ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ । ଗୀତିକାର ବିମଳ ପରିଡା ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ପୂର୍ବକ ବିବରଣୀ ପାଠ କରିଥିଲେ । ତରାଣ୍ଡୋ ସରକାରୀ ନୋଡାଲ୍ ହାଇସ୍କୁଲରେ ମହୋତ୍ସବ ଉପଲକ୍ଷେ ଆୟୋଜିତ ସଂଗୀତ, ନୃତ୍ୟ, ଏକକ ଅଭିନୟ ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଶିଷ୍ଟ ଚିକିତ୍ସକ ଡା. ବିଶ୍ୱପ୍ରକାଶ କାନୁନ୍‌ଗୋ, ଡା. ସ୍ନେହଲତା କାନୁନ୍‌ଗୋ, ଡା. ମନୋରଞ୍ଜନ ଦାଶ, କଣ୍ଠଶିଳ୍ପୀ ଆଦିକନ୍ଦ ସାହୁ, ଉପେନ୍ଦ୍ର ପାଢୀ, ଶିକ୍ଷକ ଚକ୍ରଧର ସାମନ୍ତରାୟ, ଗୋବର୍ଦ୍ଧନ ସ୍ୱାଇଁ ଏବଂ ନିରୁପମା ଜେନାଙ୍କୁ ମାନପତ୍ର, ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସଂଗୀତଜ୍ଞ ବୀଣାପାଣି ଦାସ, ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, ପଣ୍ଡିତ ପଦ୍ମନାଭ ଦାଶ, ନୃସିଂହ ଚରଣ ତ୍ରିପାଠୀ, ସଂଗୀତ ଗୁରୁ ରବୀନ୍ଦ୍ରନାଥ ମିଶ୍ର, ବାଣୀ ବିନୋଦ ସଭାପତି ନିରଞ୍ଜନ ପରିଡା, ସବିତା ପଣ୍ଡା, ଭୀମସେନ ପ୍ରଧାନ, ବିପିନ ବିହାରୀ ପରିଡା, ବାସନ୍ତୀ ମହାପାତ୍ର, ଭବାନୀ ପ୍ରସାଦ ଓଝା, ଶିକ୍ଷା ପ୍ରଶାସକ କାଶୀନାଥ ରାଉତରାୟ, ଶିକ୍ଷିକା କ୍ଷେତ୍ରମଣୀ ଦେଈ, ମାନଭଞ୍ଜନ ପ୍ରଧାନ, ନିରୋଜ ନଳିନୀ ମହାନ୍ତି, ପ୍ରଭାତ ବେହେରା, ସମ୍ପଦ ପରିଡା, ବାଦ୍ୟଯନ୍ତ୍ର ଶିଳ୍ପୀ ରଞ୍ଜନ ବରାଳ, ଅଜୟ ଜେନା, ବଳରାମ ମଲିକ, ଅମର ବିଶ୍ୱାଳ, ଶେକ୍ ଚାନ୍ଦ୍ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମା ତୁଳସୀ ଦେବୀ, ସଂଗୀତଜ୍ଞ ଅକ୍ଷୟ ମହାନ୍ତି, କବି ଭାବଗ୍ରାହୀ ପରିଡା, କବି ପତ୍ନୀ ସରୋଜିନୀ ପରିଡାଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ । ଶେଷରେ ଅନୁଷ୍ଠାନର ସଭାପତି ସମୀରଂଜନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading