କେନ୍ଦ୍ରାପଡ଼ା, ୫ା୬: ସମ୍ପ୍ରତି ୨୦୨୪ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନରେ କେନ୍ଦ୍ରାପଡା ନବନିର୍ବାଚିତ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଧାନସଭାର ପ୍ରତାପ କେଶରୀ ଦେବ, ଗଣେଶ୍ୱର ବେହେରା, ଧ୍ରୁବ ଚରଣ ସାହୁ, ଦୂର୍ଗାପ୍ରସନ୍ନ ନାୟକ ଓ ଅରବିନ୍ଦ ମହାପାତ୍ରଙ୍କୁ ଜିଲ୍ଲା ବିକାଶ ସାମ୍ମୁଖ୍ୟ ତରଫରୁ ଅଭିନନ୍ଦନ । ସମଗ୍ର ରାଜ୍ୟରେ ପ୍ରତିଷ୍ଠା ଅର୍ଜନ କରିଥିବା ଆମ ଜିଲ୍ଲା ରାଜନୈତିକ ମାନଦଣ୍ଡରେ ରାଜ୍ୟରେ ୨୭ତମ ସ୍ଥାନରେ ସ୍ଥାନୀତ । ଜିଲ୍ଲାରେ ମେଡିକାଲ କଲେଜ ବିଶ୍ୱବିଦ୍ୟାଳୟ ଏବଂ କୃଷିଭିତ୍ତିକ ଜିଲ୍ଲା ହେତୁ ଜଜାଙ୍ଗର କୃଷି ଗବେଷଣା ପରିସରରେ କୃଷି ବିଦ୍ୟାଳୟ ପ୍ରତିଷ୍ଠା କରିବାର ଆବଶ୍ୟକତା ଅଛି । ଜଳସେଚନର ସୁବିଧା ପାଇଁ ଭୁତୁମୁଣ୍ଡାଇଠାରେ ମହାନଦୀ ଉପରେ ବ୍ୟାରେଜ୍ ନିର୍ମାଣ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ଜଳସେଚନ ଓ ଜଳ ନିଷ୍କାସନର ଆବଶ୍ୟକତା ରହିଛି । ଅର୍ଥନୈତିକ ଦୃଷ୍ଟିରୁ ଶିଳ୍ପ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି । କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ସଭାପତି ଡଃ ଅଲେଖ ଚନ୍ଦ୍ର ପଢିହାରୀ, ଉପଦେଷ୍ଟା ଅଧ୍ୟାପକ ନନ୍ଦକିଶୋର ପରିଡା, ଡଃ ଉପେନ୍ଦ୍ରନାଥ ପ୍ରଧାନ, ବୈଷ୍ଣବ ଚରଣ ସାହୁ, ଆଦିକନ୍ଦ ରାଉଳ ଓ ସୁରେଶ ପଟ୍ଟନାୟକ ପ୍ରମୁଖ କେନ୍ଦ୍ରାପଡା ଜିଲ୍ଲାରେ ନବନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟା ଗୁଡିକ ସମାଧାନ ପାଇଁ ପ୍ରୟାସ ଜାରି ରଖିବାକୁ ଅନୁରୋଧ କରିଛନ୍ତି ।

















