ଓଡିଶା ନର୍ସିଂ କର୍ମଚାରୀ ସଙ୍ଘର ୧୦ଦଫା ଦାବିରେ ବିକ୍ଷୋଭ



କେନ୍ଦ୍ରାପଡ଼ା, ୨୮ା୯: ଓଡିଶା ନର୍ସିଂ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ୧୦ଦଫା ସମ୍ବଳିତ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହି ଦାବି ଗୁଡିକ ମଧ୍ୟରେ ୨୦୧୩ମସିହା ନଭେମ୍ବର ୧୨ତାରିଖ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରୀସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ପ୍ରଦାନ କରାଯିବା, ଯୋଗ୍ୟ ନର୍ସିଂ ଅଫିସରମାନଙ୍କୁ ବରିଷ୍ଠତା ଭିତ୍ତିରେ ସିନିଅର ନର୍ସିଂ ଅଫିସର ପଦବୀରେ ତୁରନ୍ତ ପଦୋନ୍ନତି ଦିଆଯିବା, ସହକାରୀ ନର୍ସିଂ ଅଧୀକ୍ଷକ ପଦବୀରେ ପଦୋନ୍ନତି ପାଇଁ ଆବଶ୍ୟକ ଥିବା ସ୍ଥିରିକୃତ ଅବଧିକୁ କମ୍ କରି ୧୬ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ ଅଫିସରମାନଙ୍କର ଏକ ସମୟରେ ଦୁଇଟି ପଦୋନ୍ନତି ଦିଆଯିବା, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ସରକାରୀ ନର୍ସିଂ ଅଫିସରମାନଙ୍କୁ ସିଏଚଓ ପଦବୀରୁ ଫେରାଇଆଣି କ୍ୟାଡର ପୋଷ୍ଟରେ ବିଭିନ୍ନ ସରକାରୀ ଡାକ୍ତରଖାନା ଗୁଡିକରେ ନର୍ସିଂ ସେବା ଯୋଗାଇ ଦେବା ନିମନ୍ତେ ଠୋସ ପଦକ୍ଷେପ ନିଆଯିବା, ଅନ୍ୟ ରାଜ୍ୟ ଗୁଡିକରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏନ.ଏଚ.ଏମ. ଅଧିନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସି.ଏଚ.ଓ.ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବା, କଟକରେ କାର୍ଯ୍ୟକ୍ଷମ ଥିବା ରିଜିଓନାଲ ସ୍ପାଇନାଲ ଇନଜୁରୀ ସେଣ୍ଟରରେ ୧୮ବର୍ଷ ଧରି କାର୍ଯ୍ୟ କରୁଥିବା ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରାଯିବା, ଏମ.ଏଚ.ୟୁ.ଓ ଆର.ବି.ଏସ.କେ. ଅଧିନରେ ଦୀର୍ଘ ୧୧ବର୍ଷ ଧରି କାର୍ଯ୍ୟ କରୁଥିବା ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରାଯିବା, ନିୟମିତ ହୋଇନଥିବା ଅବଶିଷ୍ଟ ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରାଯିବା, ଏ.ଏଚ.ପି.ଜି.ଆଇ.ସି.,କଟକ ଅଧିନରେ କାର୍ଯ୍ୟରତ ଥିବା ନର୍ସିଂ ଅଫିସରମାନଙ୍କୁ ଓଡିଶା ନର୍ସିଂ ଅଫିସର କ୍ୟାଡରରେ ଅନ୍ତର୍ଭୁକ୍ତ କରାଯିବା, ନର୍ସିଂ ଅଫିସରମାନଙ୍କ ଡ୍ରେସ କୋଡ୍ ପରିବର୍ତ୍ତନ କରାଯିବା ସହିତ ନର୍ସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ କୋଡ୍‌ର ପରିବର୍ତ୍ତନ କରାଯିବା, ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ହେଉଥିବା ନର୍ସିଂ ଅଫିସର ମାନଙ୍କ ନିଯୁକ୍ତି କୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହିତ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯିବା, କେବିକେ, କେବିକେ+ ଏବଂ ଆଦିବାସୀ ସବ୍‌-ପ୍ଲାନ କଠିନ ଅଞ୍ଚଳରେ କାର୍ଯ୍ୟ କରୁଥିବା ନର୍ସିଂ ଅଫିସର ଓ କର୍ମଚାରୀମାନଙ୍କ ପାଇଁ ସ୍ଥାନ ଭିତ୍ତିକ ପ୍ରୋତ୍ସାହନରାଶି ପ୍ରଦାନ କରାଯିବା, ଯେହେତୁ ନର୍ସିଂ ଅଫିସରମାନେ ଜରୁରୀକାଳୀନ ସେବାରେ ନିୟୋଜିତ ଅଛନ୍ତି ତେଣୁ ସରକାରଙ୍କ ଦ୍ୱାରା ସ୍ଥିରିକୃତ ସମସ୍ତ ସାଧାରଣ ଛୁଟି ଦିନ ବଦଳରେ ନର୍ସିଂ ଅଫିସରଙ୍କ କ୍ଷେତ୍ରରେ କ୍ଷତିପୁରଣ ଛୁଟି ଓ ଦରମା ପ୍ରଦାନ କରାଯିବା ଓ ଏସମ୍ବନ୍ଧରେ ସ୍ଥାୟୀ ନିର୍ଦେଶନାମା ଜାରି କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି। ଓଡିଶା ନର୍ସିଂ କର୍ମଚାରୀ ସଙ୍ଘର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ନର୍ସିଂ ଅଫିସରମାନେ ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଶନିବାର ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।


Next Post

ପଟ୍ଟାମୁଣ୍ଡାଇ କଲେଜରେ ଅଭିଭାବକ-ଶିକ୍ଷକ ବୈଠକ

Sat Sep 28 , 2024
ପଟ୍ଟାମୁଣ୍ଡାଇ ୨୮/୯ -ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପ୍ରାଣୀ ବିଜ୍ଞାନ ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା ସରୋଜିନୀ ମିଶ୍ର ବୈଠକର ଉଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରି ଉପସ୍ଥିତ ଅଭିଭାବକମାନଙ୍କୁ ସୁଚିନ୍ତିତ ମତାମତ ଦେବାକୁ ପରାମର୍ଶ ଦେଇଥିଲେ । ଅତିଥି ଅଧ୍ୟାପକ […]

KANIKA