ଅଦିନିଆ ବର୍ଷାରେ ଧୋୟାଂଚଳରେ ବ୍ୟାପକ ରବି ଫସଲ କ୍ଷତିଗ୍ରସ୍ତ


ଶୁକ୍ରବାର ଅପରାହ୍ନ ରେ ହଠାତ ହୋଇଥିବା ଝଡ଼ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଥିଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟାଂଚଳରେ ବ୍ୟାପକ ରବି ଫସଲ କ୍ଷତିଗ୍ରସ୍ତ ହୋଇଛି । ଅଧିକାଂଶ ଜମିରେ ହୋଇଥିବା ମୁଗ, ବିରି ଆଦି ଡାଲିଜାତୀୟ ଫସଲ ଅମଳ ହେବାର ସମୟ ଆସିଯାଇଥିବା ବେଳେ ଏହି ବର୍ଷା ଦାଉ ସାଧିଛି । ବହୁ ଚାଷୀ ବିଲରୁ ମୁଗ, ବିରି ଉପାଡ଼ି ପକାଇଥିବା ବେଳେ ଆଉ କିଛି ଚାଷୀ ଖଳାକୁ ବୋହି ଆଣିଛନ୍ତି । ହେଲେ ଗତ ୧୫ ଦିନ ବ୍ୟବଧାନରେ ବର୍ଷା ହେବା ଆଜି ୪୫ ମିନିଟ ଧରି ମୁଶଳ ଧାରାରେ ବର୍ଷା ହେବାଫଳରେ ସେଥିରୁ ଗଜା ବାହାରିବା ଭଳି ପରିସ୍ଥିତି ଉପୁଜିଛି । ଗଛ ଓଦା ହୋଇଯିବା ଫଳରେ ବିଲ ବାଡ଼ିରେ ଗଦା ହୋଇଥିବା ମୁଗ ବିରି ଅମଳ ହୋଇ ନ ପାରି ଫିମ୍ପି ମାରିଯିବା ଭୟ ଘାରିଲାଣି । ଖାଲି ସେତିକି ନୁହେଁ, ଏକର ଏକର ଜମିରେ ପାଣି ଜମି ରହିଛି । କାଦୁଅ ଯୋଗୁ ଚେରରେ ମାଟି ଲାଗିଯାଇଛି । ଫଳରେ ମୁଗ, ବିରି ଉପୁଡ଼ା ଯାଇ ପାରୁନାହିଁ । କେନ୍ଦ୍ରାପଡ଼ା ଜିଲ୍ଲାର ବିରି ଅମାର କୁହାଯାଉଥିବା ଅଣ୍ଢରା, ଅମୃତମଣୋହି, ବଲୁରିଆ, ସିଂହଗାଁ, ପେଣ୍ଠପାଳ, ତରଡ଼ିପାଳ ଓ ଅଳପୁଆ ପଂଚାୟତର ସହ ସହ ଚାଷୀ ପ୍ରାୟ ୧୫ସହ ହେକ୍ଟର ଜମିରେ ଚାଷ କରିଥିଲେ । ଧାର କରଜ କରି ଚାଷୀ ବିରି ଫସଲ କରିଥିବା ବେଳେ ବିରିରୁ ବର୍ଷକର ଘର ଖର୍ଚ୍ଚ ଚାଷୀ ପାଇଥାନ୍ତି । ବିଡମ୍ବନା ଏହିଯେ ୨୦୧୯ ରୁ ଓଡିଶା ସରକାର ବିରି ଭଳି ୫ଟି ରବୀଜାତୀୟ ଫସଲକୁ ଶସ୍ୟ ବୀମାଭୁକ୍ତ କରିବାକୁ ଉଦ୍ୟମ କରିଥିଲେ ହେଁ ଅଦ୍ୟାବଧି ତାର କୌଣସି ସୁଫଳ ମିଳୁନାହିଁି । କୃଷି ବିଭାଗ ନିଦାବିଷ୍ଣୁ ସାଜିଛନ୍ତି । ଆସନ୍ତାକାଲି ଯଦି ଶୁଖିଲା ପାଗ ନହୁଏ, ବର୍ଷାରେ ଭିଜିଥିବା ଶୁଖିଲା ବିରି ଫସଲ ସମୂଳେ ନଷ୍ଟହେବା ନିଶ୍ଚିତ । ସରକାର ଏକ୍ଷେତ୍ରରେ ପଦକ୍ଷେପ ନେବାକୁ କୃଷକ ନେତା ଚିତରଞ୍ଜନ ମଲ୍ଲିକ ଦାବି କରିଛନ୍ତି ।


Next Post

ବ୍ଲକ ଯୋଗଣ ଅଫିସରେ ଭଙ୍ଗାରୁଜା ମାରପିଟ ଘଟଣାରେ ଉଭୟଙ୍କ ଏତଲା,ସରପଂଚ ଗିରଫ ,ସାଧାରଣରେ ଅସନ୍ତୋଷ

Fri Feb 2 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ଓ ମନମାନିକୁ ନେଇ ନିଳକଣ୍ଠପୁର ସରପଂଚ ବୁଧବାର ବ୍ଲକ ଅଫିସରେ ଭଙ୍ଗାରୁଜା କରିଥିବା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଭୟ ପରସ୍ପର ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଗତକାଲି ରାତିରେ ପୋଲିସ ସରପଂଚକୁ ଗିରଫକରି କୋଟ ପଠାଇଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଥିବା ବେଳେ କଟକ ମେଡିକାଲରୁ ଚିକିତ୍ସାହୋଇ ଫେରୁଥିବା ବେଳେ […]

KANIKA