ବାଣୀବିହାର ୧୯୭୭ ମସିହା ଇତିହାସ ବିଭାଗ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ



କେନ୍ଦ୍ରାପଡ଼ା,୨୯ା୯ : ୧୯୭୭ ମସିହା ବାଣୀବିହାରରେ ଇତିହାସ ପଢିଥିବା ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ମହାସମାରୋହରେ କେନ୍ଦ୍ରାପଡାରେ ସେପ୍ଟେମ୍ବର ୨୫ତାରିଖରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୈଳାସ ଚନ୍ଦ୍ର ବରାଳଙ୍କ ସୌଜନ୍ୟରେ ଏହି କାର୍ଯ୍ୟକ୍ରମ ଏକ ମନୋଜ୍ଞ ପରିବେଶ ମଧ୍ୟରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା । ସମସ୍ତ ପୁରାତନ ଛାତ୍ରଛାତ୍ରୀ ମନ୍ଦିରକୁ ଯାଇ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ଏଥିରେ ୫୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ଅତୀତର ମଧୁର ସ୍ମୃତିଚାରଣ କରିବା ସହ ଗଭୀର ଆନ୍ତରିକତା ଓ ଭାବପ୍ରବଣତାର ସୂତ୍ରରେ ବାନ୍ଧି ହୋଇ ଯାଇଥିଲେ । ଏହି ବନ୍ଧୁମିଳନ ଅବସରରେ ଶ୍ରୀମତୀ ଓ ଶ୍ରୀ ବରାଳଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ବନ୍ଧୁମାନଙ୍କ ପକ୍ଷରୁ ପ୍ରଫେସର ସତ୍ୟଭାମା ପତି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂଗଠନର ସମ୍ପାଦିକା ପ୍ରଫେସର ତଝିନ୍ ଦାସ, ଉପଦେଷ୍ଟା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁଧାଂଶୁ ରାଉତରାୟ, ସଂଯୋଜକ ପ୍ରଫେସର ଅମୀୟ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।


Next Post

ସଂସ୍କୃତ ଦିବସ ସମୀକ୍ଷା ବୈଠକ

Sun Sep 29 , 2024
କେନ୍ଦ୍ରାପଡା, ୨୯/୯: ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ଗୁଲନଗର ଉଚ୍ଚ ବାଳିକା ବିଦ୍ୟାଳୟରେ ଆଜି ଦିବା ୧୦ଟାରେ ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୯ଗୋଟି ମଣ୍ଡଳରୁ ଆସିଥିବା କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଚଳିତମାସ ୧ତାରିଖରେ ପାଳିତ ହୋଇଯାଇଥିବା ସଂସ୍କୃତ ଦିବସର ସମୀକ୍ଷା କରିବା ସହିତ ଆୟବ୍ୟୟ ତାଲିକା ସଂପାଦକ ପଣ୍ଡିତ ଭଗବାନ ସାହୁ ଉପସ୍ଥାପନ କରିଥିଲେ । […]

KANIKA