ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଭାଗ ଆଲୋଚନାଚକ୍ର



ପଟ୍ଟାମୁଣ୍ଡାଇ ତା ୨୯/୯-ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଭାଗ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋ ଚନାଚକ୍ରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରସାୟନ ବିଭାଗ ମୁଖ୍ୟ ଡ଼ ଗିରିଜା ପ୍ରସାଦ ମହାପାତ୍ର ଯୋଗ ଦେଇ ରିଟ୍ରୋ ସିନେସିସ ଓ ବିଭିନ୍ନ ଅରଗାନିକ ମଲିକୁଲାର ଉପରେ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଭାଗ ମୁଖ୍ୟ ଡ଼ ଦୁଃଶାସନ ପରିଡା ସ୍ୱାଗତଭାଷଣ ଓ ଡ଼ ଫକୀର ପ୍ରଧାନ ଅତିଥିପରିଚୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଆଲୋଚନାଚକ୍ରର ଶୀର୍ଷକ ଉପରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇ ଥିଲେ । ଏହି ଆଲୋଚନାଚକ୍ରରେ କ୍ୟାପଟେନ ମନୋଜ ପରିଡା ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ, ଅଧ୍ୟାପକ ସୁଭାଶିଷ ମିଶ୍ର, ଜିତେନ୍ଦ୍ର ମଲ୍ଲିକ, ଅମିତ ସାହୁ, ସରୋଜ ନାୟକ ଓ ଆଲୋକ ସାହୁ ପ୍ରମୁଖ ବହୁ ଅଧ୍ୟାପିକା/ଅଧ୍ୟାପକ ଓ ଛାତ୍ରୀଛାତ୍ର ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପକ ରଞ୍ଜନ ଗାହାଣ ଧନ୍ୟବାଦ ଦେଇଥିଲେ ।


Next Post

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

Mon Sep 30 , 2024
କେନ୍ଦ୍ରାପଡ଼ା,୨୯/୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ମହାଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ ଗୁଲନଗର ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ନିତ୍ୟାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାପତିଙ୍କ ନିଷ୍ପତ୍ତି କ୍ରମେ ଗଜଲକ୍ଷ୍ମୀ ପୂଜା କିପରି ସୂଚାରୁ ରୂପେ ହେବ କମିଟି ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପୂଜା ଉପଲକ୍ଷେ ବିଭିନ୍ନ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା […]

You May Like