ପଟ୍ଟାମୁଣ୍ଡାଇ କଲେଜରେ ଅଭିଭାବକ-ଶିକ୍ଷକ ବୈଠକ



ପଟ୍ଟାମୁଣ୍ଡାଇ ୨୮/୯ -ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ ଦୁଃଶାସନ ପରିଡାଙ୍କ ପୌରହିତ୍ୟରେ ରସାୟନ ବିଜ୍ଞାନ ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ବହୁ ଅଭିଭାବକ ଯୋଗ ଦେଇ ସୁଚିନ୍ତିତ ମତାମତ ଦେବା ସହିତ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢିବାରେ କଲେଜର ଭୂମିକାକୁ ପ୍ରଶଂସା କରିଥିଲେ । ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଡ଼ ବୈକୁଣ୍ଠ ପ୍ରଧାନ ଓ ଅଧ୍ୟାପକ ରଞ୍ଜନ ଗାହାଣ ଅଭିଭାବକ ଓ ଛାତ୍ରୀଛାତ୍ର ମାନଙ୍କ ସହିତ ମତ ବିନିମୟ କରିଥିଲେ । ଏହି ବୈଠକରେ ରସାୟନ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଶେଷରେ +୩ ଛାତ୍ର ସୌରଭ ସାମଲ ଧନ୍ୟବାଦ ଦେଇଥିଲେ ।


Next Post

ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ସେମିନାର

Tue Oct 1 , 2024
ପଟ୍ଟାମୁଣ୍ଡାଇ ୧/୧୦-ପଟ୍ଟାମୁଣ୍ଡାଇ କଲେଜ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସେମିନାରରେ କେନ୍ଦ୍ରାପଡ଼ା ତୁଳସୀ ମହିଳା କଲେଜ ସମାଜବିଜ୍ଞାନ ବିଭାଗ ମୁଖ୍ୟ ଡ଼ ମଥୁରୀ ଚରଣ ନାୟକ ଯୋଗ ଦେଇ ଓମେନ ଇମପାୱାରମେଂଟ ଆଣ୍ଡ ପଲିଟିକସ ଏଫ ଡେଭେଲପମେଂଟ ଶୀର୍ଷକ ଉପରେ ବିସ୍ତୃତ ଆଲୋଚନା କରିଥିଲୋ କଲେଜ ସମାଜ ବିଜ୍ଞାନ ବିଭାଗ […]

You May Like