ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲ ବ୍ଲକ କାର୍ଯ୍ୟାଳୟରେ ସ୍ୱଛତା ପକ୍ଷ ପାଳନ


ପଟ୍ଟାମୁଣ୍ଡାଇ ୨/୧୦-ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଓ ବ୍ଲକ ପରିସରରେ ସ୍ୱଛତା ପକ୍ଷ ପାଳନ ଅବସରରେ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅନ୍ୱେଷଣ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭାଂଶୁ ସାହୂ,ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ ସବଡିଭିଜନ ହସ୍ପିଟାଲ ମେଡିକାଲ ଅଫିସର ଡା ନିରାକାର ପରିଡା, ବିପିଏମ ପ୍ରଶାନ୍ତ ଜେନା, ପି ଏଚ ଓ ନୃସିଂହ ଦାଶ, ଅନ୍ୱେଷଣ ସମ୍ପାଦକ ଅନନ୍ତ କର ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ । ବ୍ଲକର ବିଭିନ୍ନ ପଂଚାୟତରୁ ଉପସ୍ଥିତ ଥିବା ସ୍ୱଛତା ଗ୍ରାହୀ ଯୁଧିଷ୍ଠିର ଜେନା,ବିଗ୍ନେଶ୍ୱର ମଲିକ,ସୂର୍ଯ୍ୟକାନ୍ତ ବାରିକ, ବିଶ୍ୱ ଭୂଷଣ ପଣ୍ଡା,ଲଷ୍ମୀପ୍ରିୟା ସ୍ୱାଇଁ, ରବୀନ୍ଦ୍ର ସ୍ୱାଇଁ, ରାଧିକା ନାୟକ ସୁଷମା ରାୟ , ମମତା ମଲ୍ଲିକ ସଞ୍ଜୟ ରାଉତ, ଜିତେନ୍ଦ୍ର ତ୍ରିପାଠୀ ପ୍ରମୁଖ ସଫେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading