କାକଟ ମଙ୍ଗଳା କ୍ଲବ ବାର୍ଷିକ ଉତ୍ସବ



କେନ୍ଦ୍ରାପଡ଼ା,୧୭ା୧୨: କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କାକଟ ମଙ୍ଗଳା କ୍ଲବ ୮୨ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ପୌରସଭ୍ୟ ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଲବର ସାମାଜିକ କାର୍ଯ୍ୟ, ଏହାର ଅତୀତ ଓ ଭବିଷ୍ୟତ ଉପରେ ବକ୍ତବ୍ୟ ରଖିଥିଲେ । ଆଲାସ୍କା ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ଡଃ ଦେବେନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା ଆମେରିକାସ୍ଥିତ କ୍ଲବର କାର୍ଯ୍ୟଧାରା ଉପରେ ଆଲୋକପାତ କରିବା ସହିତ କାକଟ ମଙ୍ଗଳା କ୍ଲବର କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ । ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ନଗରପାଳ ସରିତା ସାହୁ, ଅବସରପ୍ରାପ୍ତ ଅତିରିକ୍ତ ଏସପି ସୁରେଶ ଚନ୍ଦ୍ର ଘୋଷ, ଅର୍ନ୍ତଯାତିକ ଗଜଲ ଗାୟକ କୈଳାସ ସାହୁ ଯୋଗଦେଇ କ୍ଲବର ବିକାଶ ପାଇଁ ଯଥାସାଧ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରତିଶୃତି ଦେଇଥିଲେ । ସମ୍ପାଦକ ଆଇନଜୀବୀ ହାଡିବନ୍ଧୁ ସିଂ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ଉପ ସଭାପତି ରାଜୀବ ପାଢୀ, ଉପଦେଷ୍ଟା ପ୍ରଫୁଲ୍ଲ ସାହୁ, ଗଣେଶ ସାହୁ, ସାଂସ୍କୃତିକ ସମ୍ପାଦକ ଅକ୍ଷୟ ସେନାପତି ଅଭିଭାଷଣ ପ୍ରଦାନ କରିଥିଲେ । କ୍ଲବର ଉପଦେଷ୍ଠା ଗଣେଶ୍ୱର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କୈଳାସ ସାହୁ, ସ୍ୱରୁପ ରାଉତ, ପ୍ରଫେସର ସୋଲେମନ ସାହୁ, ଆତ୍ମନ ଦାସଙ୍କୁ “କେନ୍ଦ୍ରାପଡା ମାଟିର ପୁତ୍ର” ଉପାଧିରେ ସମ୍ମାନିତ କରିଥିଲେ । ପ୍ରତିବର୍ଷପରି ଚଳିତ ବର୍ଷ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅତିଥିମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବାହ୍ନରେ କ୍ଲବ ପରିସରରେ ସଭାପତିଙ୍କ ସଭାପତିତ୍ୱରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ଗିରୀ, ପୂର୍ବତନ ପୌରାଧ୍ୟକ୍ଷ ଧିରେନ ସାହୁ, କ୍ଲବର ସଦସ୍ୟ ଦିପଦ ଭଞ୍ଜନ ଦାସ, ସୁରେଶ ଚନ୍ଦ୍ର ଘୋଷ, ସୁନାକର ବେହେରା, ମୁକ୍ତାର ଖାଁ, ସେକ ଆସଲମ, ଚୌଧୁରୀ ସୁକୁମାର ଦାସ ପ୍ରମୁଖ ଯୋଗ ଦେଇ କ୍ଲବର ଉନ୍ନତି କାମନା କରିବା ସହିତ ସମସ୍ତ ପ୍ରକାରର ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । କ୍ଲବର ଶତାଧିକ ବରିଷ୍ଟ ସଦସ୍ୟ ଓ କ୍ଲବର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ପ୍ରଥମେ ଭାବଗ୍ରାହୀ କଳାପରିଷଦ କଳାକାରମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।


Next Post

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Thu Dec 18 , 2025
କେନ୍ଦ୍ରାପଡ଼ା, ୧୭ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଦଣ୍ଡାମୁଣ୍ଡ ଛକସ୍ଥିତ ଶ୍ରୀଜଗନ୍ନାଥ ଅଟୋମୋବାଇଲ୍ସ ପକ୍ଷରୁ ଏକ ‘ସଡକ ସୁରକ୍ଷା ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଅଟୋମାଲିକ ଓ ଚାଳକମାନେ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନତା ବୈଠକରେ ଶ୍ରୀଜଗନ୍ନାଥ ଅଟୋମୋବାଇଲ୍ସର ପ୍ରତିଷ୍ଠାତା ପରିଚାଳକ ନଳିନୀକାନ୍ତ ସାହୁ ସଭାପତିତ୍ୱ କରି ଅଟୋଚାଳକମାନଙ୍କୁ ସଡକ ସୁରକ୍ଷା ଓ ଜୀବନ […]

KANIKA