
ପଟ୍ଟାମୁଣ୍ଡାଇ ୪/୧୦ – ପଟ୍ଟାମୁଣ୍ଡାଇ କଲେଜ ଜୁନିୟର ରେଡକ୍ରସ ଓ ଜାତୀୟ ସେବା ସଂସ୍ଥା ପକ୍ଷରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦଘାଟନ କରିଥିଲେ । ଜାତୀୟ ସେବା ସଂସ୍ଥା ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ତାଲିମ ଶିବିରରେ ବୌଦ୍ଧ ପଂଚାୟତ କଲେଜ ଉଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ତଥା ରାଜ୍ୟ ଦୁର୍ବିପାକ ପରିଚାଳନା ସମିତି ସଦସ୍ୟ ଡ଼ ପ୍ରବୀର କୁମାର ଦାସ ମୁଖ୍ୟତାଲିମ ଦାତା ଭାବେ ଯୋଗ ଦେଇ ବିଭିନ୍ନ ଦୁର୍ବିପାକ ସମୟରେ ବିଭିନ୍ନ ପ୍ରାଥମିକ ଚିକିତ୍ସା ପଦ୍ଧତି ସମ୍ପର୍କ ତାଲିମ ପ୍ରଦାନ କରିଥିଲେ । ଏକାଡେମିକ ବର୍ଷାର ଡ଼ ଫକୀର ପ୍ରଧାନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ୟୁଥ ରେଡକ୍ରସ କାଉନସେଲର ଅଧ୍ୟାପକ ସରୋଜକାନ୍ତ ନାୟକ,ରଞ୍ଜନ ବେହେରା,ସୁଭାଶିଷ ମିଶ୍ର,ଜିତେନ୍ଦ୍ର ମଲ୍ଲିକ, ଅମିତ ସାହୁ ଓ ଶୁଚିସ୍ମିତା ବିଶ୍ୱାଳ ପରିଚାଳନା କରିଥିଲେ ।











