ଶିକ୍ଷାନୁଷ୍ଠାନର ବିକାଶ ଓ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପାଇଁ ପୁରାତନ ଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ , ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ



ପଟ୍ଟାମୁଣ୍ଡାଇ ୬/୧୦-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ ରବିବାର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷାଧିକାରି ପ୍ରଦୀପ ନାଗ ଯୋଗ ଦେଇ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗରେ ଯଥା ଶିଘ୍ର ପଦେକ୍ଷପ ନିଆଯିବା ସହିତ ୫୧ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତାବିତ ଅଡିଟୋରିୟମ ନିର୍ମାଣ ନିମନ୍ତେ ଆଡମିଷ୍ଟେଟିଭ ଆପ୍ରୃଭାଲ କାରାଇବା ପାଇଁ ପ୍ରତିଶୃତି ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପୂର୍ତ ବିଭାଗ ନିର୍ବାହୀ ଅଧିକାରୀ ରାଜଶ୍ରୀ ବେହେରା ଯୋଗଦେଇ କହିଥିଲେ ଯେ କୌଣସି ଶିକ୍ଷାନୁଷ୍ଠାନର ବିକାଶ ଓ ତାର ଭବିଷ୍ୟତ ଛାତ୍ରୀଛାତ୍ରଙ୍କ ପାଇଁ ପୁରାତନ ଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ । ଯାହା ସ୍ୱାଭିମାନ ସହର ପଟ୍ଟାମୁଣ୍ଡାଇର ଏମଏନ ହାଇସ୍କୁଲର ବହୁ ଗୁରୁଜନ ପୁରାତନ ଛାତ୍ରଙ୍କ ନିକଟରୁ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପୁର୍ତ ବିଭାଗ ଅଧିନରେ ଯେଉଁ ସବୁ କାର୍ଯ୍ୟ କରିବାର ଅଛି ଯଥାସମ୍ଭବ ସେଗୁଡିକ ଶେଷ କରିବାକୁ ଚେଷ୍ଠା କରିବି ବୋଲି କହିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ପୌର ଅଧକ୍ଷ ହେମନ୍ତ ସାହୁ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନାତନ ବେହୁରା, ସମ୍ପାଦକ କଣ୍ଡୁରୀ ସ୍ୱାଇଁ ଓ କୋଷାଧକ୍ଷ ଗୋପୀନାଥ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍କୁଲ ବିକାଶ, ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ଉତ୍ସବରେ ପ୍ରାରମ୍ଭରେ ପୂର୍ବତନ ପ୍ରଶାସକ ଡ଼ କେଳୁ ଚରଣ ସ୍ୱାଇଁ, ପ୍ରଫେସର ଅନିରୁଦ୍ଧ ରାଉଳ ସମେତ ପୁରାତନ ଛାତ୍ର ମେନେ ପଲ୍‌ାଷ୍ଟିକ ସର୍ଜନ ବରିଷ୍ଠ ବିଶେଷଜ୍ଞ ଡାକ୍ତର ରମେଶ ଦାଶଙ୍କୁ ସମ୍ବୋଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ପ୍ରଫେସର ଭରତ ପାତ୍ର, ପ୍ରଫେସର ରମେଶ ଚନ୍ଦ୍ର ଜେନା, ସଚିିନନ୍ଦନ ଦାଶ, ଆଇନଜିବୀ ସୁରେନ୍ଦ୍ର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଆଇନଜୀବୀ ପ୍ରମୋଦ ସାହୁ, ଭୁପତି ନାୟକ, ନଟବର ସେଠୀ, ସଞ୍ଜୟ ବର୍ମା, ରାଜେନ୍ଦ୍ର ଦାଶ, ଅକ୍ଷୟା ମହାନ୍ତି, ରମେଶ ଦେ,ବିଜୟ ସାହୁ, ଇତିଶ୍ରୀ ଦାଶ, ସ୍କୁଲ ପରିଚାଳନା କମିଟି ସଭାପତି ତପନ ଦାଶ ସମେତ ସ୍କୁଲ ଶିକ୍ଷୟତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର ଯୋଗ ଦେଇଥିଲେ । ଏଇ ଅବସରରେ ମାଟ୍ରୀକ ପରିକ୍ଷାରେ ସବୋର୍ଚ୍ଚ ମାର୍କ ରଖି ୨ ଜଣ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାବା ସହିତ ରାଜ୍ୟ ସ୍ତରୀୟ କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବଦ୍ଧନା କରାଯାଇଥିଲା । ଶେଷରେ ପୁତାତନ ଛାତ୍ର ଗୋପି ବହ୍ଲବ ନାୟକ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading