ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ୪୫ତମ ଶ୍ରାର୍ଦ୍ଧ ବାର୍ଷିକୀ ପାଳିତ



କେନ୍ଦ୍ରାପଡ଼ା,୭ା୧୦: ଆଜି କେନ୍ଦ୍ରାପଡାର ବରପୁତ୍ର, ବିକାଶ ପୁରୁଷ, ପୂର୍ବତନ ମନ୍ତ୍ରୀ ଓଡିଶା ଉଚ୍ଚ ନ୍ୟାୟାଳୟର ଆଡ ଭୋକେଟ ଜେନେରାଲ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ୪୫ତମ ଶ୍ରାର୍ଦ୍ଧ ବାର୍ଷିକୀ ପାଲିତ ହୋଇଯାଇଅଛି । କେନ୍ଦ୍ରାପଡା ତହସିଲ ଅଫିସ ନିକଟରେ ସ୍ଥାପିତ ହୋଇଥିବା ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ପ୍ରତି ମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଏଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ ଅଜୟ ସାମଲଙ୍କ ପୈରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ତାଙ୍କ ବକ୍ତବ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ୱର୍ଗତ ସାହୁଙ୍କର କେନ୍ଦ୍ରାପଡା ଜିଲ୍ଲାରେ ବହୁମୁଖି ବିକାଶ ମୂଳକ କାର୍ଯ୍ୟର ଅବତାରଣା କରି କେନ୍ଦ୍ରାପଡା ମହାବିଦ୍ୟାଳୟ, ସରକାରୀ ଇଞ୍ଜିନିୟରିଂ ସ୍କୁଲ, କେନ୍ଦ୍ରାପଡା ଶିଳ୍ପାଞ୍ଚଳ ଓ ବଳଦେବଜୀଉ ପାୱାର ଲୁମ, ଝୋଟ ଗବେଶଣା କେନ୍ଦ୍ର ଇତୟାଦି ପ୍ରତିଷ୍ଠା ଏମାଟି ପାଇଁ ସର୍ବଶ୍ରେଷ୍ଠ ଅବଦାନ । ପ୍ରାକ୍ତନ୍ୟ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା ତାଙ୍କ ବକ୍ତବ୍ୟରେ ସେ ଜଣେ ସ୍ୱାଭିମାନୀ ରାଜନେତା ଓ ଓଡିଶାର ବିଧାନସଭାକୁ ୧୯୪୬, ୧୯୫୨, ୧୯୫୭ ମସିହାରେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରୁ ବିଧାୟକ ନିର୍ବାଚିତ ହୋଇ ଓଡିଶା ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ଆଇନ, ଶିଳ୍ପ, ରାଜସ୍ୱ, ସ୍ୱାସ୍ଥ୍ୟ ଓ କୃଷି ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇ ଓଡିଶାର ବହୁ ଉନ୍ନତିମୂଳକ କାର୍ଯ୍ୟର ସ୍ରଷ୍ଟା ଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଓକିଲ ସଂଘର ସଭାପତି ଧ୍ରୁବ ଚରଣ ଜେନା ସ୍ୱର୍ଗତ ସାହୁଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରି ପ୍ରାକ ସ୍ୱାଧୀନତା କାଳରେ ସ୍ୱାଧିନତା ସଂଗ୍ରାମୀ ଓ ପ୍ରଜା ଆନ୍ଦୋଳନରେ ପ୍ରଜାମାନଙ୍କ ବିନା ପାରିଶ୍ରମିକରେ ଲଢି ସେମାନଙ୍କୁ ଆଇନ ସହାୟତା କରି ସେ ଜଣେ ଧୁରୀଣ, ପ୍ରବୀଣ ଆଇନଜ୍ଞ ଓ ଉଚ୍ଚ ନ୍ୟାୟାଳୟରେ ୧୯୬୧ରୁ ୧୯୬୭ ପର୍ଯ୍ୟନ୍ତ ଆଡଭୋକେଟ ଜେନେରାଲ ଭାବେ ଦାୟିତ୍ୱ ସମ୍ପନ୍ନ କରିଥିଲେ । ଏହି ସ୍ମୃତି ସଭାକୁ ପ୍ରାକ୍ତନ କେନ୍ଦ୍ରାପଡା ପୌରାଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ଧିରେନ କୁମାର ସାହୁ ସଂଯୋଜନା କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାନେତ୍ରୀ ଲିଲିତା ଦାସ, ପୂର୍ବତନ ବିଧାୟିକା ଡଃ ସିପ୍ରା ମଲ୍ଲିକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ, ସାହିତ୍ୟିକ ଡଃବାସୁଦେବ ଦାସ, ଆଇନଜୀବୀ ଚନ୍ଦ୍ରଭାନୁ ବରାଳ, ଅକ୍ଷୟ କୁମାର ନାଥ, ବରିଷ୍ଠ ଆଇନଜୀବୀ ସରୋଜରାଜ ସିଂହ, ବଳଦେବ ପ୍ରସାଦ ସାମନ୍ତରାୟ, ଆଶିଷ ସେନାପତି, କାର୍ତ୍ତିକ ନାୟକ, ପ୍ରଦୀପ୍ତ ମହାନ୍ତି, ଗୁରୁଚରଣ ପଢିଆରୀ, ହିରଣ୍ୟ ପଣ୍ଡା, ଅକମଲ ଅଲ୍ଲୀ, ମୁକ୍ତାର ଖାଁ, ପ୍ରଭାଶିଷ ପଣ୍ଡା, ଯଯାତୀ ମହାନ୍ତି, ପ୍ରଦୀପ କୁମାର ନାୟକ, ରମେଶ ଦାସ, ଶୁକଦେବ ସାହୁ, ଶୁକଦେବ ଦାସ, ଭରତ ସାହୁ, କୁଳମଣି ନାୟକ,ଶରତ ବେହୁରା, ସେକ ଚନ୍ଦନ, ବିଜୟ ପତି, ଉମେସ ଚନ୍ଦ୍ର ସାହୁ, ନାରାୟଣ ସାହୁ, ଗୋଲଖ ପଢିଆରୀ, ବଂଶୀଧର ମହାନ୍ତି, ସମ୍ବିତ ଶ୍ରୀଚନ୍ଦନ, ଅସିତବନ୍ଧୁ ଧଳ, ସିରାଜ ଖାଁ, ବିଧୁଭୂଷଣ ମହାପାତ୍ର, ଭବାନୀ ବାରିକ, ଶାନ୍ତିସ୍ୱରୂପ ଭୂୟାଁ, ହାଡିବନ୍ଧୁ ସିଂହ, ରେବତୀରମଣ ଦାସ, ମୀର ମୁରସିଦ, ବିଦ୍ୟୁତ୍‌ରଞ୍ଜନ ନାୟକ, ମହେନ୍ଦ୍ର ମିଶ୍ର, ରାଜକିଶୋର ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେବେନ୍ଦ୍ର ଦାସ ଓ ରଞ୍ଜନ ଦାସ ସହଯୋଗ କରିଥିଲେ । ଶେଷରେ ଯୁବ ସମାଜସେବୀ ରାଜେଶ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading