ଦଶିପୁର ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ଅନିୟମିତତା ଅଭିଯୋଗ



କେନ୍ଦ୍ରାପଡ଼ା, ୭ା୧୦: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଞ୍ଚାୟତରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ଅନିୟମିତତା କରାଯାଇଥିବା ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ପଞ୍ଚାୟତବାସୀମାନେ ଅଭିଯୋଗ କରିଛନ୍ତି ଯେ ସେହି ପାନୀୟ ଜଳ ପ୍ରକଳ୍ପରୁ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ବହୁତ ଧିର ଗତିରେ ଆସୁଥିବା ବେଳେ ଅନେକ ସ୍ଥାନରେ ପାଇପ୍ ଫାଟି ଯାଇଥିବା ଯୋଗୁଁ ଲୋକମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ପଞ୍ଚାୟତବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଆଳି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପଞ୍ଚାୟତବାସୀ ଅଭିଯୋଗ କରିବା ପରେ ବି କୈାଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ବରଂ ତୃଟିକୁ ଘୋଡାଇବା ପାଇଁ ଏସଇଏମଙ୍କୁ ଏହି ପ୍ରକଳ୍ପ ଚଳାଇବାକୁ ନଦେଇ ଅନ୍ୟଜଣଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ସ୍ୱଜଳଧାରା ପ୍ରକଳ୍ପଟିକୁ ଯାଞ୍ଚ କରାଯାଇ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପୁନଃ ନିର୍ମାଣ କରାଯିବା ପାଇଁ ପଞ୍ଚାୟତବାସୀଙ୍କ ପକ୍ଷରୁ ବିବେକାନନ୍ଦ ଦାଶ, ଅମୂଲ୍ୟ ମଳିକ, ବିରଞ୍ଚି ନାରାୟଣ ମଲିକ, ହରେକୃଷ୍ଣ ମଳିକ, ରମେଶ ମଳିକ, ଚଗଲା ମଳିକ, ଇଶ୍ୱର ମଳିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଣି ଶିବିରରେ ଭେଟି ଅଭିଯୋଗ କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading