ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ଆଲୋଚନା ଚକ୍ର


କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ତରଫରୁ “ଗ୍ରୁପ ଅଫ କ୍ୱାଟରନିୟନ” ବିଭାଗ ସ୍ଥରୀୟ ଆଲୋଚନାଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁ ଙ୍କ ପୌରହିତରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତଭାଷଣ ଓ ଆଲୋଚନା ଚକ୍ରର ସନ୍ଧର୍ଭ ପାଠ କରିଥିଲେ । ଏହି ଆଲୋଚନା ଚକ୍ରରେ ମାର୍ଶାଘାଇ ମହାବିଦ୍ୟାଳୟର ପ୍ରାଧ୍ୟାପକ ବିପିନ ବିହାରୀ ନାଥ କ୍ୱାଟରନିୟନର ମୂଳ ତତ୍ୱ ବିଷୟରେ ଆଲୋଚନା ପୂର୍ବକ ପିଲାମାନଙ୍କ ସହ ପ୍ରଶ୍ନ ଉତର କାର୍ଯ୍ୟ କ୍ରମରେ ଭାଗ ନେଇ ଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ଡ ନିର୍ମଳ କୁମାର ସାହୁ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଗଣିତବିଭାଗର ସମସ୍ତ ଛାତ୍ରୀଛାତ୍ର ଏବଂ ମହାବିଦ୍ୟାଳୟର ଅଧ୍ୟାପିକାଅଧ୍ୟାପକ ମାନେ ଅଂଶ ଗ୍ରହଣ କରିଥିଲେ ।


Next Post

ଦିଗହରା ଜନନୀ ସୁରକ୍ଷା ଯୋଜନା , ବିଶେଷଜ୍ଞ ଡାକ୍ତର ଅଭାବରୁ ସୁରକ୍ଷିତ ପ୍ରସବ ହୋଇପାରୁ ନି

Tue Oct 8 , 2024
ପଟ୍ଟାମୁଣ୍ଡାଇ ୪/୧୦ –ଜନନୀ ସୁରକ୍ଷାକୁ ସର୍ବାଧିକ ଗୁରୂତ୍ୱ ଦେଉଥିବା ରାଜ୍ୟ ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରିଛନ୍ତି ସତ କିନ୍ତୁ ସରକାର ଉତମ ସ୍ୱାସ୍ଥ୍ୟ ସେବା ଓ ଆସନ୍ନ ପ୍ରସବାଙ୍କୁ ସୁରକ୍ଷିତ ଡାକ୍ତରୀ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି । ଜନନୀ ସୁରକ୍ଷାର ମୂଳ ଲକ୍ଷକୁ ସରକାର ଗୁରୂତ୍ୱ ନଦେଇ ବିଭିନ୍ନ ଜାଗାରେ ଡାକ୍ତରଖାନା ଖୋଲି ବାହାବାହା ନେଉଛନ୍ତି । ହେଲେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରାଚଂଳ ରୁ ଗ୍ରାମାଂଚଳର […]

KANIKA