ଭାରତୀୟ ଆଇନଜୀବୀ ସଙ୍ଘର ଜିଲ୍ଲା କମିଟି ବୈଠକ ନୂତନ କର୍ମକର୍ତ୍ତା ନିର୍ବାଚିତ



କେନ୍ଦ୍ରାପଡ଼ା, ୯ା୧୦: ଭାରତୀୟ ଆଇନଜୀବୀ ସଙ୍ଘ, କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ବୈଠକ ମଙ୍ଗଳବାର ପବ୍ଲିକ ରିଡିଂରୁମ ପରିସରରେ ଜିଲ୍ଲାର ବରିଷ୍ଠ ଆଇନଜୀବୀ ପ୍ରେମାନନ୍ଦ ମାଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଦେଶ ପାଇଁ ଶହୀଦ ହୋଇଥିବା ସୈନିକ, କୃଷକ ଓ ଆଇନଜୀବୀଙ୍କ ଉଦେଶ୍ୟରେ ଏକ ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଆଇନଜୀବୀ ଧନଞ୍ଜୟ ଦାଶ ସଂଗଠନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇନଜୀବୀ ରଞ୍ଜନ କୁମାର ସାମଲ ବିଗତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲା ଓକିଲ ସଙ୍ଘର ଉପସଭାପତି ସୁଶ୍ରୀ ନାୟକ ସ୍ୱାଗତ ଭାଷଣ ଓ ଶୁଭେଛା ଅର୍ପଣ କରିଥିଲେ। ସଙ୍ଘର ରାଜ୍ୟ ସମ୍ପାଦକ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଡ. ପ୍ରଶାନ୍ତ ମିଶ୍ର ସଂଗଠନର ସୃଷ୍ଟି, ଓକିଲ ଏବଂ ଜନସାଧାରଣଙ୍କୁ ଆଇନ ସମ୍ପର୍କରେ ୧୯୮୩ମସିହାରୁ ସଚେତନ କରି ଆସୁଥିବା ସଂଗଠନର ଇତିହାସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ସଙ୍ଘର ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତାମାନଙ୍କୁ ନିର୍ବାଚିତ କରାଯାଇ ଏକ ୧୫ଜଣିଆ କମିଟି ଗଠନ କରାଯାଇଥିଲା। ଜିଲ୍ଲା କମିଟିର ସଭାପତି ଭାବେ ଆଇନଜୀବୀ ଅକ୍ଷୟ କୁମାର ନାଥ, କାର୍ଯ୍ୟକାରୀ ସଭାପତି ରମଣୀରଞ୍ଜନ ରାଉତରାୟ,ଉପସଭାପତି ସୁଶ୍ରୀ ନାୟକ ଓ ହାଡିବନ୍ଧୁ ସିଂ, ସମ୍ପାଦକ ଧନଞ୍ଜୟ ଦାଶ, ସଂଗଠନ ସମ୍ପାଦକ ରଞ୍ଜନ କୁମାର ସାମଲ, ସହ-ସମ୍ପାଦକ ସୁରେଶ ଚନ୍ଦ୍ର ସେଠୀ, ରଞ୍ଜନ କୁମାର ମଲ୍ଲିକ ଓ ଦିଲ୍ଲିପ କୁମାର ସେଠୀ, କୋଷାଧ୍ୟକ୍ଷ ନାରାୟଣ ଚନ୍ଦ୍ର ବାରିକ ଏବଂ ସଭ୍ୟ ଭାବରେ ପ୍ରେମାନନ୍ଦ ମାଟି, ବିଭୁତି ଭୂଷଣ ଦାସ, ଚୈତନ୍ୟ ମଲ୍ଲିକ, ନରେନ୍ଦ୍ର ମଲ୍ଲିକ ଓ ସେକ ଅଜିମୁଦ୍ଦିନଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିଲା। ଶେଷରେ ସୁରେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ନଭେମ୍ବରମାସ ୩୦ତାରିଖ ଶନିବାର “ନୂତନ ଦଣ୍ଡବିଧୀ ଆଇନ-୨୦୨୩ ଏକ ପର୍ଯ୍ୟାଲୋଚନା” ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ।


Next Post

ଓର୍ଷକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ସୁରଭି’ କାର୍ଯ୍ୟକ୍ରମ

Wed Oct 9 , 2024
କେନ୍ଦ୍ରାପଡ଼ା,୯ା୧୦: କେନ୍ଦ୍ରାପଡା ଜିଲ୍ଲା ତରାପୁର ଆଞ୍ଚଳିକ ସାଧନ କେନ୍ଦ୍ର୍ ଆନୁକୂଲ୍ୟରେ ଓର୍ଷକା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଅନୁପମା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଚକ୍ରୋଡା ଗ୍ରାମ ପଞ୍ଚାୟତର ସରପଞ୍ଚ ତନୁଜା ନାୟକ, ମୁଖ୍ୟବକ୍ତା ଭାବେ ଡଃ ମୁରଲୀଧର ରଥ, ବ୍ରଜସୁନ୍ଦର ପରିଡା, ଗଙ୍ଗାଧର ପଣ୍ଡା, ଶଶୀକାନ୍ତ ବେହେରା ଓ ପରିଚାଳନା କମିଟି […]

KANIKA