ଦୁଷ୍ଟଶକ୍ତିର ଦମନ ରାବଣପୋଡ଼ିର ମୁଖ୍ୟ ଉଦ୍ଦେଶ୍ୟ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଭିନ୍ନ ପୂଜାମଣ୍ଡପରେ ମହାମାୟୀଙ୍କ ଦଶହରା ଦଶମୀ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳିତ ହୋଇ ଉଦ୍‌ଯାପିତ ହୋଇଯାଇଛି। ଏହି ଦଶହରାକୁ ବିଜୟା ଦଶମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୃଶ୍ରୀରାମ ରାବଣକୁ ହତ୍ୟା କରି ମା ସୀତାଙ୍କୁ ଉଦ୍ଧାର କରିଥିଲେ। ସେଥିପାଇଁ ଆଜିର ଦୁଷ୍ଟଶକ୍ତିର ଦମନ ରାବଣପୋଡ଼ିର ମୁଖ୍ୟ ଉଦ୍ଦେଶ୍ୟ ନେଇ  ପୋଖରିଆପଡା ଦୁର୍ଗାପୂଜା କମିଟି ତରଫରୁ ରାବଣ ପୋଡି ଉତ୍ସବପାଳନ କରାଯାଇଛି ।  ସ୍ଥାନୀୟ ଏମଏନ ହାଇସ୍କୁଲ ପଡିଆରେ ଅନୁଷ୍ଠିତ  ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଓ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଅସତ୍ୟ ଉପରେ ସତ୍ୟର ଜୟ ଏବଂ ଅଧର୍ମ ଉପରେ ଧର୍ମର ଜୟ ପ୍ରତୀକ ଭାବେ ରାମ ବାଣରେ ଅଗ୍ନି ସଂଯୋଗ କରିଥିଲେ। ପାଖାପାଖି ୪୦ ଫୁଟ ଉଚ୍ଚର ଏକ ବିରାଟ ରାବଣ ପ୍ରତିମୂର୍ତ୍ତି ପୋଡି ପାଉଁଶ ହୋଇଯାଇଥିଲା । ଏନେଇ ହାଇସ୍କୁଲ ପଡ଼ିଆ ଆତଶବାଜିରେ ପ୍ରକମ୍ପିତ ହୋଇଥିଲା। ତେବେ ରାବଣ ପୋଡ଼ି ଉତ୍ସବକୁ ଦେଖିବାକୁ ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ ।


Next Post

ଶାରଦୀୟ ଦୁର୍ଗାପୂଜା ବିଜୟା ଦଶମୀରେ ସିନ୍ଦୂର ଖେଳ , ଅପରାଜିତା ପୂଜା

Mon Oct 14 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ପାଳିତ ଶାରଦୀୟ ଦୁର୍ଗାପୂଜାର ଶାନ୍ତିଶୃଙ୍ଖଳା ମଧ୍ୟରେ ଶେଷ ହୋଇଛି। ପଟ୍ଟାମୁଣ୍ଡାଇ ସହର ସମେତ ଗ୍ରାଂଚଳରେ ହୋଇଥିବା ୫୦ଟି ପୂଜାମଣ୍ଡପରେ ମା’ଙ୍କମୃଣ୍ମୟୀମୂର୍ତୀ ପୂଜାକରାଯାଇଥିଲା। ପ୍ରତ୍ୟହ ରୀତି ନୀତି ଅନୁଯାୟୀ ପୂଜାପାଠ କରାଯାଇଥିଲା। ମା’ ମହାମାୟାଙ୍କ ଦର୍ଶନ ପାଇଁ ପ୍ରତ୍ୟହ ଶହସ୍ରାଧିକ ଭକ୍ତଙ୍କ ସମାଗମ ହେଉଥିଲା। ରବିବାର ଜଗତଜନନୀ ମା’ ଦୁର୍ଗାଙ୍କ ଦଶହରା ଦଶମୀ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳିତ ହୋଇ ଉଦ୍‌ଯାପିତ ହୋଇଯାଇଛି। ଶାରଦୀୟ ଦୁର୍ଗାପୂଜାର ଆଜି […]

KANIKA