“ପୁନର୍ବାସ ସମାଚାର’ ର ସଚିତ୍ର ରଙ୍ଗୀନ୍ ସଂଖ୍ୟା ପାଠକାର୍ପିତ


କେନ୍ଦ୍ରାପଡା ୧୪/୧୦- ଭିନ୍ନକ୍ଷମତା ଓ ପୁନର୍ବାସ ସମ୍ପର୍କିତ ସ୍ୱତନ୍ତ୍ର ଦ୍ୱି-ମାସିକ ଓ ଦ୍ୱି-ଭାଷିକ ସମ୍ବାଦପତ୍ର “ପୁନର୍ବାସ ସମାଚାର’ର ସଚିତ୍ର ରଙ୍ଗୀନ ସଂଖ୍ୟା ବିଶିଷ୍ଠ ଅତିଥିମାନଙ୍କ ଦ୍ୱାରା ସ୍ଥାନୀୟ ମାଧପୁର ସ୍ଥିତ ପୁନର୍ବାସ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଭିନ୍ନ ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ତଥା ଉପଦେଷ୍ଟା ବିରଜା ରାଉତରାୟ ସଞ୍ଚାଳନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସୁନାମଧନ୍ୟ ଚିକିତ୍ସକ ଡାକ୍ତର ବିଶ୍ୱ ପ୍ରକାଶ କାନୁନଗୋ, ବରିଷ୍ଠ ସାମ୍ବାଦିକ ତଥା ପ୍ରମୁଖ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ଜଗନ୍ନାଥ ଧଳ, ସୋମନାଥ ସାହୁ, ଜୀବନ ସିଂହ ପ୍ରମୁଖ ମୁଖ୍ୟ ସ୍ରୋତର ସମାଜରେ ଅନାଲୋଚିତ ହୋଇ ରହିଥିବା ଏହି ବର୍ଗଙ୍କ ସମ୍ବନ୍ଧରେ ସ୍ୱତନ୍ତ୍ର ଏକ ସମ୍ବାଦପତ୍ରର ପ୍ରକାଶନ ଓ ଭିନ୍ନକ୍ଷମତା ସମ୍ପର୍କିତ ସଚେତନତା ସୃଷ୍ଟି କରିବାରେ ଏପରି ସମ୍ବାଦପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ମତ ପ୍ରକାଶ କରିଥିଲେ। ଭିନ୍ନକ୍ଷମଙ୍କ ସାମର୍ଥ୍ୟ ଓ ସଫଳତାର କାହାଣୀ ସହ ସେମାନଙ୍କ ସଂଘର୍ଷର ବିଷୟକୁ ମଧ୍ୟ ସମାନ ଗୁରୁତ୍ୱରତାର ସହ ପ୍ରକାଶ ନିମନ୍ତେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଶୁଭଙ୍କର ନାୟକ,ସ୍ୱତନ୍ତ୍ର ସ୍କୁଲର ପ୍ରଧାନ ଶିକ୍ଷକ ଭିନ୍ନକ୍ଷମ ବ୍ୟକ୍ତିବିଶେଷ, ଅବିଭାବକ ଓ ବିଶେଷ କରି ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଜୀବୀଙ୍କ ନିମନ୍ତେ ଅତ୍ୟନ୍ତ ଉପାଦେୟ ହେବ ବୋଲି ମତ ପ୍ରକାଶ କରିଥିଲେ। ମୁଖ୍ୟ ସମ୍ପାଦକ ଶ୍ରୀ ରାଉତରାୟ ଭିନ୍ନକ୍ଷମ ୍ୱର୍ଗର ବୃହତ ସଂଖ୍ୟା ଦୃଷ୍ଟିରୁ ସେମାନଙ୍କ ସମ୍ପର୍କିତ ତଥ୍ୟ, ସୂଚନା , ଗବେଷଣା ଓ ଆଲୋଚନା ପ୍ରଭୁତି ମୁଖ୍ୟଧାରାର ସମ୍ବାଦପତ୍ରର ସ୍ୱଳ୍ପ ପରିସର ବ୍ୟତୀତ ଏକ ସ୍ୱତନ୍ତ୍ର ମାଧ୍ୟମ ଆବଶ୍ୟକ କରେ । ‘ପୁନର୍ବାସ ସମାଚାର’ ସେହି ଆବଶ୍ୟକତା ପରିପୂରଣ ଦିଗରେ ପ୍ରୟାସ କରିବା ଏହାର ଆଭିମୁଖ୍ୟ ବୋଲି ସ୍ପଷ୍ଟ କରିଥିଲେ। ଯଦିଓ ଏହି ସମାଚାରଟି ୨୦୧୬ ମସିହାରୁ ପ୍ରକାଶିତ ହୋଇ ଆସୁଅଛି ତେବେ, ଏହା ନୂତନ କଳେବରରେ ଏହି ବର୍ଗ ପାଠକଙ୍କ ନିକଟତର ହେବା ପାଇଁ ସମ୍ପ୍ରତି ଉଭୟ ଛାପା, ଡିଜିଟାଲ ଓ ୱେବ୍ସାଇଟ ମାଧ୍ୟମରେ ଉପଲବ୍ଧ ହୋଇପାରୁଛି ବୋଲି ସୂଚନା ଦେଇଥିଲେ। ଆଜି ମଧ୍ୟ ‘ପୁନର୍ବାସ ସମାଚାର’ ସ୍ୱତନ୍ତ୍ର ସମ୍ବାଦପତ୍ରର ଚଳିତ ସଂଖ୍ୟାଟି ଓଲଟପୁରସ୍ଥିତ ସର୍ବଭାରତୀୟ ପୁନର୍ବାସ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏସଭିନିରତାରଠାରେ ଉନନ୍ମୋଚିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଜଗମୋହନ ହୋତା, ଚନ୍ଦ୍ରମଣି ମଲ୍ଲିକ, ଅଲେଖ ଚନ୍ଦ୍ର ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଦେବୀପାଦ ସ୍ୱାଇଁ, ଦୃଷ୍ଟି ବାଧିତ ଶିକ୍ଷକ ଅରୁଣ କୁମାର ସାହୁ ଏବଂ ସଭ୍ୟ ଆଡଭୋକେଟ୍ ସଞ୍ଜୟ କୁମାର ଜେନା, ମହମ୍ମଦ ଜାହିଦ ଖାଁ, କ୍ଷୀରୋଦ କର, ନୃସିଂହ ତ୍ରିପାଠୀ, ଥେରାପିଷ୍ଟ ଗୁଞ୍ଜନସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପାଦନା ଟିମ୍ ର ପ୍ରତାପ ସ୍ୱାଇଁ, ସଂଜୀବ ଜେନା, ମନୋଜ କୁମାର ବିଶ୍ୱାଳ, ପ୍ରୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପରିଶେଷରେ ପୁନର୍ବାସର ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading