ବିଜେଡି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ


କେନ୍ଦ୍ରାପଡ଼ା, ୧୬ା୧୦: ସମସ୍ତଙ୍କର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିବସ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ମହମ୍ମଦ ସେକ୍ ଇନାୟତ୍‌(ଚନ୍ଦନ)ଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ସୟଦ୍ ମନସୁର୍ ଶାହା ପିରବାବାଙ୍କ ମଜାରରେ ଚାଦର ଚଢାଯିବା ସହ ନବୀନ ବାବୁଙ୍କ ସୁସ୍ଥ ନିରାମୟ ଜୀବନ କାମନା କରାଯାଇ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ୧୩ନଂ ୱାର୍ଡ କାଉନ୍‌ସିଲର ସେକ୍ ଅସଲମ୍‌, ମୁକ୍ତାର ଖାଁ, ସେକ୍ ନସିମୁଦ୍ଦିନ, ସେକ୍ ଇସାକ୍‌, ମୌସିମ ଖାଁ, ସେକ୍ ସାବିର ହୋସେନ, ଚାନ୍ଦ ଖାଁ, ସେକ୍ ମୋତି, ମହମ୍ମଦ ମୁସ୍ତକିମ୍‌, ସେକ୍ ଅତିକ୍‌, ସେକ୍ ଟିପୁ ସୁଲ୍‌ତାନ, ସେକ୍ ସାକିର୍‌, ସେକ୍ ବଣ୍ଟି, ସେକ୍ ଗୋଫ୍ରାନ, ସୟଦ୍ ମୁକ୍ତାର ଅଲ୍ଲୀ, ସେକ୍ ମିରାଜୁଦ୍ଦିନ, ସେକ୍ ଆବାଦି ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ଜିଲ୍ଲା ମଦ୍ରାସା ଶିକ୍ଷକ ସଂଘର ବୈଠକ

Wed Oct 16 , 2024
କେନ୍ଦ୍ରାପଡ଼ା, ୧୬ା୧୦: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୁଲ ଇସଲାମ୍‌ରେ କେନ୍ଦ୍ରାପଡା ଜିଲ୍ଲା ମଦ୍ରାସା ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୟଦା ସୁହିଲ୍ ଅଖତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ମଦ୍ରାସାମାନଙ୍କର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ସଭାପତି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଉର୍ଦ୍ଦୁ ଭାଷା ମିଳିତ ସଂଘ (ୟୁଏନ୍‌)ରେ ମାନ୍ୟତା ପାଇଥିବାରୁ […]

KANIKA